ଚେନ୍ନାଇ: ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ୧ ମାସ ପାଇଁ ପାରୋଲ୍‌ ମଞ୍ଜୁର କରିଛନ୍ତି। ନଳୀନ ତାଙ୍କ ଝିଅ ବାହାଘର ପାଇଁ ପୂର୍ବରୁ ପାରୋଲ ପାଇଁ ନିବେଦନ କରିଥିଲେ। ସେ ତାଙ୍କ ଝିଅ ବାହାଘର ବନ୍ଦୋବସ୍ତ କରିବାକୁ ଛଅ ମାସ  ପାରେୋଲ୍  ମାଗିଥିବା ବେଳେ କୋର୍ଟ ତାଙ୍କୁ ୧ ମାସ ପ୍ରଦାନ କରିଛନ୍ତି।

Advertisment

ତାଙ୍କୁ ଆଗାମୀ ୧୦ ଦିନ ଭିତରେ ପାରୋଲରେ ଛାଡ଼ିବା ପାଇଁ ଜଷ୍ଟିସ୍‌ ଏମ୍‌ଏମ୍‌ ସୁନ୍ଦରେସ ଓ ଜଷ୍ଟିସ୍‌ ଏମ୍‌ ନିର୍ମଳ କୁମାରଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

publive-image
India.com

ନଳିନୀଙ୍କୁ ପାରୋଲ୍‌ରେ ଯିବା ସହିତ କେତେଟି ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଏହି ସମୟରେ ନଳିନୀ କୌଣସି ସାକ୍ଷାତ୍‌କାର ଦେଇପାରିବେ ନାହିଁ କିମ୍ବା କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ଭେଟି ପାରିବେ ନାହିଁ ବୋଲି କୁହାଯାଇଛି।

ନଳୀନଙ୍କୁ କୋର୍ଟ ଗୃହ ଭିତରକୁ କଡ଼ା ସୁରକ୍ଷାର ସହ ନିଆ ଯାଇଥିଲା। ତାଙ୍କୁ ଗତ ୨୭ ବର୍ଷ ହେବ ଭେଲୋରର ଏକ ସ୍ୱତନ୍ତ୍ର କାରାଗାରରେ ରଖାଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ନଳିନୀଙ୍କ ସହ ତାଙ୍କ ସ୍ୱାମୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇ କାରାଦଣ୍ଡ ଭୋଗୁଛନ୍ତି।