ଚେନ୍ନାଇ : ମହିଳାଙ୍କ ହାତ ଟାଣିବା ଅସଦାଚରଣ ବୋଲି ଧରାଯିବ କି ? ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ। କୋର୍ଟ କହିଛନ୍ତି ଯେ ସ୍ପଷ୍ଟ ପ୍ରମାଣ ଏବଂ ଉଦ୍ଦେଶ୍ୟ ସାବ୍ୟସ୍ତ ବିନା କେବଳ ଜଣେ ମହିଳାଙ୍କ ହାତ ଟାଣିଦେବା ଦ୍ୱାରା ଅସଦାଚରଣ ମାମଲା ପ୍ରମାଣିତ ହୋଇପାରିବ ନାହିଁ।
ଜଷ୍ଟିସ୍ ଆର.ଏନ. ମଞ୍ଜିଲା ମୁରୁଗେସନ ନାମକ ଅଭିଯୁକ୍ତଙ୍କ ଆବେଦନ ଉପରେ ରାୟ ଶୁଣାଇଛନ୍ତି ଯେ ସ୍ପଷ୍ଟ ପ୍ରମାଣ ଏବଂ ଉଦ୍ଦେଶ୍ୟ ବିନା କେବଳ ଜଣେ ମହିଳାଙ୍କ ହାତ ଟାଣିବା ଦ୍ୱାରା ଅସଦାଚରଣ ମାମଲା ପ୍ରମାଣିତ ହୋଇପାରିବ ନାହିଁ।
କୋର୍ଟ ଏହି ରାୟ ଦେବା ସହ ୨୦୧୮ରେ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ପୁରୁଷଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଜଷ୍ଟିସ୍ ଆର.ଏନ. ମଞ୍ଜିଲା ମୁରୁଗେସନ ନାମକ ଅଭିଯୁକ୍ତଙ୍କ ଆବେଦନ ଉପରେ ରାୟ ଶୁଣାଇଛନ୍ତି ଯେ ସ୍ପଷ୍ଟ ପ୍ରମାଣ ଏବଂ ଉଦ୍ଦେଶ୍ୟ ବିନା କେବଳ ଜଣେ ମହିଳାଙ୍କ ହାତ ଟାଣିବା ଦ୍ୱାରା ଅସଦାଚରଣ ମାମଲା ପ୍ରମାଣିତ ହୋଇପାରିବ ନାହିଁ। ନିମ୍ନ ଅଦାଲତ ମୁରୁଗେସନଙ୍କୁ ଆଇପିସିର ଧାରା ୩୫୪ ଅନୁଯାୟୀ ତିନି ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ଅଭିଯୋଗ ଅନୁଯାୟୀ, ୪ ମଇ, ୨୦୧୫ରେ, ମୁରୁଗେସନ ହିନ୍ଦୁ ମାରାଭର ସମ୍ପ୍ରଦାୟର ଅଭିଯୁକ୍ତ ଜଣେ ଅନୁସୂଚିତ ଜାତିର ମହିଳାଙ୍କ ହାତ ଟାଣି ଦେଇଥିଲେ। ମହିଳା ଜଣକ ମାନସିକ ଭାବରେ ବିକୃତ ଥିଲେ । ମୁରୁଗେସନ ନାଦୁନକୁଲମ ଚ୍ୟାନେଲ ନିକଟରେ ଗୋରୁ ଚରାଉଥିବାବେଳେ ସଂପୃକ୍ତ ମହିଳାଙ୍କ ବିରୋଧରେ ଜାତିଗତ ଆକ୍ଷେପ କରିବା ସହ ତାଙ୍କ ହାତ ଟାଣିଦେଇଥିଲେ । ଟ୍ରାଏଲ୍ କୋର୍ଟ ତାଙ୍କୁ ଏସସି/ଏସଟି ଆଇନ ଅନୁଯାୟୀ ମୁକ୍ତ କରିଥିଲେ, କିନ୍ତୁ ମହିଳାଙ୍କ ସମ୍ମାନକୁ ଅପମାନ କରିବା ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/12/court-2025-08-12-21-01-30.jpg)