ମନ୍ଦିରରେ ବସିଥିବା ଭଗବାନଙ୍କୁ ବି ନିୟମର ପାଳନ କରିବାକୁ ପଡ଼ିବ, ବଦଳାଯାଇ ପାରିବ ନାହିଁ ନିୟମ: ହାଇକୋର୍ଟର ଟିପ୍ପଣୀ

ଚେନ୍ନାଇ: ମାଡ୍ରାସ୍‌ ହାଇକୋର୍ଟ ମନ୍ଦିର, ମସଜିଦ, ଗିରିଜା ଓ ଗୁରୁଦ୍ୱାରା ଭଳି ଧାର୍ମିକସ୍ଥଳ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, ମନ୍ଦିରରେ ବସିଥିବା ଭଗବାନ ହୁଅନ୍ତୁ ଅବା ମଣିଷ ସମସ୍ତଙ୍କ ପାଇଁ ନିୟମ ସମାନ। କାହାରିକୁ ନିୟମ ଉଲଘଂନ କରିବାର ଅନୁମତି ନାହିଁ, କିମ୍ବା ଏଥିରୁ କାହାକୁ ମୁକ୍ତି ମଧ୍ୟ ଦିଆଯିବ ନାହିଁ।

ପ୍ରକାଶିତ ଖବର ମୁତାବକ, ଧାର୍ମିକସ୍ଥଳ ଦ୍ୱାରା ଜବରଦଖଲ ସହିତ ଯୋଡ଼ି ରହିଥିବା ଏକ ମାମଲାର ଶୁଣାଣି କରି ଖଣ୍ଡପୀଠ ଏକ ଟିପ୍ପଣୀ ଦେଇଛି, ଯଦି ମନ୍ଦିରର କୌଣସି ଦେବତା ଜବରଦଖଲ କାର୍ଯ୍ୟ କରନ୍ତି, ତେବେ ବି ନିୟମବଦଳା ଯାଇ ପାରିବ ନାହିଁ। ଅଦାଲତଙ୍କ ରାୟ ଏକ ଲୋକତାନ୍ତ୍ରିକ, ସାମଜିକ ଓ ଧର୍ମନିରପେକ୍ଷ ହେବା ହେତୁ ଭାରତର ସମସ୍ତ ସମାଜକୁ ନିୟମର ପାଳନ କରିବା ଉଚିତ। ଏମିତି କରିବା ପାଇଁ ସମାନ ଭାବେ ସମସ୍ତ ସମାଜ ବାଧ୍ୟ।

ହାଇକୋର୍ଟଙ୍କ ଏହି ଟିପ୍ପଣୀ ସେହି ଆବେଦନ ଉପରେ ଶୁଣାଣି ହୋଇଥିଲେ, ଯେଉଁଥିରେ ଦାବି କରାଯାଇଥିଲା କି, କୋୟମ୍ବଟୁରସ୍ଥିତ କ୍ଷେତ୍ରୀୟ ରାଜସ୍ୱ କାର୍ଯ୍ୟାଳୟ ପରିସରରେ ଭଗବାନ ଗଣେଶଙ୍କ ମନ୍ଦିରକୁ ହଟା ଯାଇଥିଲା। ଆବେଦନରେ କୁହାଯାଇଥିଲା କି , ମନ୍ଦିର ଜବରଦଖଲ କରାଯାଇଥିବା ଜମି ଉପରେ ନିର୍ମିତ ହୋଇଥିଲା। ଏହାକୁ ହଟାଇବାକୁ ପାଇଁ ଆଦେଶକୁ ପାରଦ କରାଯାଉ। କୋର୍ଟ ଚଳିତ ମାସ ଏହି ଆବେଦନକୁ ଗୁରୁତ୍ୱର ସହ ନେଇ ସରକାରଙ୍କୁ ତାମିଲନାଡୁର ସମସ୍ତ ନଗରନିଗମ, ନଗରପାଳିକା ଓ ନଗର ପଞ୍ଚାୟତରୁ ସୂଚନା ନେଇ ରିପୋର୍ଟ ଦେବାକୁ କହିଥିଲେ। ଏଥିସହିତ କୋର୍ଟ ଗୃହ ବିଭାଗ, ନଗରପାଳିକା ପ୍ରଶାସନ, ହାଇେଓ୍ଵର ସଚିବ ସହିତ ସମସ୍ତ ହିନ୍ଦୁ ଚାରିଟେବୁଲ ସଂସ୍ଥାଙ୍କୁ ନୋଟିସ୍‌ ଜାରି କରି ମତ ରଖିବାକୁ ବି କହିଥିଲେ।

ସମ୍ବନ୍ଧିତ ଖବର