ସନ୍ତାନ ଜନ୍ମ ପାଇଁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଏଦୀଙ୍କୁ ଦେଲେ ୨ ସପ୍ତାହ ଛୁଟି

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ତିରୁନଲଭେଲି ଜିଲ୍ଲାର କେନ୍ଦ୍ରୀୟ କାରାଗାରରେ ଆଜୀବନ କାରାଦଣ୍ଡ ବିତାଉଥିବା ଜଣେ ୪୦ ବର୍ଷିଅ ବ୍ୟକ୍ତିଙ୍କୁ ସନ୍ତାନ ଜନ୍ମ କରି ନିଜର ପରିବାର ବଢ଼ାଇବା ପାଇଁ ୨ ସପ୍ତାହ ଛୁଟି ଦେଇଛନ୍ତି। ବିଚାରପତି ଏସ୍‌ ବିମଳା ଦେବୀ ଓ ବିଚାରପତି କୃଷ୍ଣ ଭଲ୍ଲିଙ୍କୁ ନେଇ ଗଠିତ ୨ଜଣିଆ ଖଣ୍ଡପୀଠ ଏହି ଆବେଦନକୁ ମଞ୍ଜୁରୀ ଦେଇଛନ୍ତି।

ଅଦାଲତ ପଲୟମକୋଟଇ କେନ୍ଦ୍ରୀୟ କାରାଗାରର କଏଦୀ ସିଦ୍ଦିକ ଅଲ୍ଲୀଙ୍କ ୩୨ ବର୍ଷିଅ ପତ୍ନୀଙ୍କ ଆବେଦନକୁ ଶୁଣାଣି କରି ହାଇକୋର୍ଟ ୨ ସପ୍ତାହ ଛୁଟି ଦେଇଥିବା ଜଣାପଡ଼ିଛି। ପୂର୍ବରୁ ସିଦ୍ଦିକଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ସାମୟିକ ଭାବରେ ଛୁଟି ଦିଆଯାଉ ବୋଲି କୋର୍ଟରେ ଆବେଦନ କରିଥିଲେ। ଖଣ୍ଡପୀଠ କହିଛନ୍ତି, ସମୟ ଆସି ଯାଇଛି ଯେ, ସରକାରଙ୍କୁ ଏକ ସମିତି ଗଠନ କରି କଏଦୀଙ୍କୁ ଜୀବନ ସାଥୀଙ୍କ ସହିତ ସମ୍ବନ୍ଧ ରଖିବା ପାଇଁ ମଞ୍ଜୁରୀ ଦେବା ଉପରେ ନିଷ୍ପତ୍ତି ନେବା ଦରକାର।

ଅନେକ ଦେଶରେ କଏଦୀମାନଙ୍କୁ ଏଭଳି ଅଧିକାର ଦିଆଯାଇଛି। କେନ୍ଦ୍ର ପ୍ରଥମରୁ ହିଁ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଯେ, ସମ୍ବନ୍ଧ ସ୍ଥାପନ କରିବା ଏକ ଅଧିକାର। କଏଦୀଙ୍କୁ ନିଜର ଇଚ୍ଛା ପୂରା କରିବା ଅଧିକାର ଅଛି। କିଛି ଦେଶରେ କଏଦୀଙ୍କୁ ଏଭଳି ଅଧିକାରକୁ ମଞ୍ଜୁରୀ ଦିଆଯାଇଛି। ସରକାର ଏଭଳି ସମସ୍ୟାକୁ ଖୋଜିବା ଦରକାର।

ପୀଠ କହିଛନ୍ତି, ସମ୍ବନ୍ଧ ଦ୍ୱାରା ପରିବାର ସହିତ ସମ୍ପର୍କ ଜାରି ରଖିବାରେ ସହାୟତା ମିଳିଥାଏ। ଅପରାଧିକ ପ୍ରବୃତ୍ତି କମ ହେବା ସହ ପ୍ରେରଣା ମିଳିଥାଏ। କଏଦୀଙ୍କୁ ସୁଧର ନ୍ୟୟରେ ଦିଆଯାଇଥିବା ସୁଧାର ବ୍ୟବସ୍ଥାର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବିଶେଷ। ଏହି ମାମଲାରେ ଅଦାଲତ କହିଛନ୍ତି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କଏଦୀ ପରିବାର ଗଢ଼ିପାରିବ।

ଅନେକ ଦେଶରେ କଏଦୀମାନଙ୍କୁ ଏଭଳି ଅଧିକାର ଦିଆଯାଇଛି। କେନ୍ଦ୍ର ପ୍ରଥମରୁ ହିଁ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଯେ, ସମ୍ବନ୍ଧ ସ୍ଥାପନ କରିବା ଏକ ଅଧିକାର। କଏଦୀଙ୍କୁ ନିଜର ଇଚ୍ଛା ପୂରା କରିବା ଅଧିକାର ଅଛି। କିଛି ଦେଶରେ କଏଦୀଙ୍କୁ ଏଭଳି ଅଧିକାରକୁ ମଞ୍ଜୁରୀ ଦିଆଯାଇଛି। ସରକାର ଏଭଳି ସମସ୍ୟାକୁ ଖୋଜିବା ଦରକାର।

ଜେଲରୁ ଖଲାସ ହେବା ପରେ ଚିକିତ୍ସା ପାଇଁ ୨ ସପ୍ତାହର ଅତିରିକ୍ତ ଛୁଟି ଉପରେ ବିଚାର କରାଯାଇ ପାରିବ। ଅଦାଲତ ଜେଲ ଅଧିକାରୀଙ୍କୁ ଏ ସମ୍ପର୍କରେ ପ୍ରକ୍ରିୟା ପାଳନ କରିବା ଓ କଏଦୀକୁ ଜେଲ ବାହାରେ ରହିବା ସମୟରେ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୁହାଯାଉଛି ଯେ, ମାଡ୍ରାସ ହାଇକୋର୍ଟର ଏହା ଏକ ଭିନ୍ନ ଧରଣର ରାୟ।

ସମ୍ବନ୍ଧିତ ଖବର