ଚେନ୍ନାଇ: ରାସ୍ତାରେ ଓଭରସ୍ପିଡ଼ ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ମାଡ୍ରାସ ହାଇକୋର୍ଟ ବେଗ ସୀମା ବା ସ୍ପିଡ଼ ଲିମିଟକୁ ନେଇ କେନ୍ଦ୍ରୀୟ ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି। ଏକ୍ସପ୍ରେସୱେରେ ସର୍ବୋଚ୍ଚ ବେଗକୁ ୧୨୦ କିଲୋମିଟରରୁ ୮୦ କିଲୋମିଟରକୁ ହ୍ରାସ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ଜଷ୍ଟିସ୍ ଏନ କିରୁବାକରନ୍ ଏବଂ ଜଷ୍ଟିସ୍ ଟିଭି ଥାମିଲସେଲଭୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ଅଧିକାଂଶ ସଡ଼କ ଦୁର୍ଘଟଣା ଓଭରସ୍ପିଡ଼ ଯୋଗୁଁ ଘଟୁଛି |
ଶୁଣାଣି ସମୟରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଦଲିଲକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି | ଯେଉଁ ଦଲିଲରେ କୁହାଯାଇଥିଲା ଯେ ବିଶେଷଜ୍ଞ କମିଟିର ମତ ପରେ ଉନ୍ନତମାନର ରାସ୍ତା ଏବଂ ଯାନବାହାନର ଉନ୍ନତ ଜ୍ଞାନକୌଶଳକୁ ଦୃଷ୍ଟିରେ ରଖି ଗତି ସୀମା ସ୍ଥିର କରାଯାଇଛି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ଯେ "ଯେତେବେଳେ ଅଧିକାଂଶ ସଡ଼କ ଦୁର୍ଘଟଣା ପଛରେ ଓଭରସ୍ପିଡ଼ ହିଁ ପ୍ରମୁଖ କାରଣ ପାଲଟିଛି, ସେତେବେଳେ କିପରି କୁହାଯାଇପାରିବ ଯେ ଉନ୍ନତ ସଡ଼କ ଏବଂ ଉନ୍ନତ ଜ୍ଞାନକୌଶଳ ଦୁର୍ଘଟଣାକୁ ହ୍ରାସ କରିବ |
ସୂଚନା ଥାଉ କି ଯେ ଅଗଷ୍ଟ ୪ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏକ୍ସପ୍ରେସ ୱେ ରେ ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟରରୁ ୧୨୦ କିଲୋମିଟରକୁ ବୃଦ୍ଧି କରାଯାଇଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/highway-647_102417101254_121417055407.jpg)