ମାଡ୍ରାସ ଆଇଆଇଟି, ମେଡିକାଲ କଲେଜ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷିତ

ଚେନ୍ନାଇ: ଆନ୍ନାମଲାଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ରାଜ ମୁଥିଆ ମେଡିକାଲ କଲେଜର ୫୮ ଜଣ ଛାତ୍ର ଏବଂ ଆଇଆଇଟି ମାଡ୍ରାସରେ ୧୭ ଜଣଙ୍କ କୋଭିଡ -୧୯ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଉଭୟ କ୍ୟାମ୍ପସକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, କଲେଜର ତିନିଟି ହଷ୍ଟେଲର ୨୨ ପୁଅ ଏବଂ ୩୩ ଝିଅ ପଜିଟିଭ୍ ପରୀକ୍ଷା କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ଏହି ଛାତ୍ରଛାତ୍ରୀମାନେ ରାଜ ମୁଥିଆ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ କଲେଜ କ୍ୟାମ୍ପସକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି, ଆନ୍ନାମଲାଇ ବିଶ୍ୱବିଦ୍ୟାଳୟ ସୋମବାର ଏକ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପରୀକ୍ଷା କରାଇଥିଲା। ସମସ୍ତ ୫୮ ଜଣ ଛାତ୍ରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ମଙ୍ଗଳବାର ଦିନ ୫୦୦ ନମୁନା ପରୀକ୍ଷା କରାଯାଇଥିଲା ଏବଂ ଫଳାଫଳକୁ ଅପେକ୍ଷା କରାଯାଇଛି। ନେଗେଟିଭ୍ ରିପୋର୍ଟ ଆସିଥିବା ପ୍ରଥମ ବର୍ଷର ଏମ୍‌ବିବିଏସ୍ ଛାତ୍ରଙ୍କୁ କ୍ୟାମ୍ପସ୍ ଖାଲି କରିବାକୁ କଲେଜ ପକ୍ଷରୁ କୁହାଯାଇଥିଲା। ବୁଧବାର ଜାରି କରାଯାଇଥିବା ଏକ ସର୍କୁଲାରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି, କଲେଜ ଆସନ୍ତା ୨୩ ତାରିଖରୁ ପୁନଃ କାର୍ଯ୍ୟ ଆରମ୍ଭ କରିବ। ଛାତ୍ରମାନଙ୍କୁ ତୁରନ୍ତ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର