ଟିକାକରଣ କରିଲେ ପୁଅମାନେ ନପୁଂସକ ହୋଇଯିବେ ବୋଲି ଗୁଜବ ପ୍ରଚାରିତ ହେବା ପରେ ଛାତ୍ରଛାତ୍ରୀମାନଙ୍କୁ ଟିକା ଦେବା ଲାଗି ଅନୁମତି ଦେଲେନି ଶହ ଶହ ମଦ୍ରାସା

ମିରଟ: ପଶ୍ଚିମ ଉତ୍ତର ପ୍ରଦେଶର ଶହ ଶହ ମଦ୍ରାସା ନିଜର ଛାତ୍ରଛାତ୍ରୀମାନଙ୍କୁ ମିଳିମିଳା-ରୁବେଲା ଟିକା ଦେବାର ଅନୁମତି ଦେଇନାହାନ୍ତି। ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ମଦ୍ରାସାରେ ଟିକା ଦେବା ଲାଗି ଅନୁମତି ମାଗିଥିଲା, ମାତ୍ର ସେମାନେ ମନା କରି ଦେଇଥିଲେ।

ମିରଟରେ ୨୭୨ଟି ମଦ୍ରାସା ରହିଛି,ଏଥିମଧ୍ୟରୁ ୭୦ଟି ମଦ୍ରାସା ସ୍ୱାସ୍ଥ୍ୟ ବିଭାଗକୁ ମଦ୍ରାସାରେ ପ୍ରବେଶ କରିବା ଲାଗି ଅନୁମତି ଦେଲା ନାହିଁ। ମିରଟର ଜିଲ୍ଲା ଟିକାକରଣ ଅଧିକାରୀ ବିଶ୍ୱାସ ଚୌଧୁରୀ କହିଛନ୍ତି ଯେ ହ୍ଵାଟସଅପ୍‌ ମେସେଜ୍‌ ଜରିଆରେ ଗୁଜବ ସୃଷ୍ଟି କରାଯାଇଥିଲା। ଏହି ମେସେଜ୍‌ରେ ଲେଖା ଯାଇଥିଲା ଯେ ମିଳିମିଳା-ରୁବେଲାର ଟିକାକରଣ କରିଲେ ପୁଅମାନେ ନପୁଂସକ ହୋଇଯିବେ। ମେସେଜ୍‌ରେ ଆହୁରି ମଧ୍ୟ ଲେଖାଥିଲା କି ମୁସଲମାନ୍‌ମାନଙ୍କୁ ନପୁଂସକ ବନାଇବା ଲାଗି ସରକାର ତାଙ୍କର ପିଲାମାନଙ୍କୁ ଟିକା ଦେଉଛନ୍ତି।

ତା’ଛଡା କେତେକ ଅଞ୍ଚଳରେ ଆଉ ଏକ ଖବର ବି ବ୍ୟାପିଗଲା କି ଟିକାକରଣ ପରେ କେତେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଗଲେ। ଏହାକୁ ନେଇ ଲୋକେ ଭୟଭୀତ ହୋଇଥିଲେ। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଗଲା ଯେ ଏସବୁ ଗୁଜବ ପ୍ରତି ଧ୍ୟାନ ନ ଦେଇ ଟିକାକରଣରେ ସାମିଲ ହୁଅନ୍ତୁ।

ସମ୍ବନ୍ଧିତ ଖବର