ମଦ୍ରାସା ଦେଶବିରୋଧୀ କାର୍ଯ୍ୟ କଲେ ଧ୍ବଂସ କରିଦେବୁ: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ରାଜ୍ୟରେ କୌଣସି ମଦ୍ରାସା ଯଦି ଦେଶ ବିରୋଧୀ କାର୍ଯ୍ୟ ପାଇଁ ବ୍ୟବହାର ହୁଏ ତେବେ ଆମେ ତାହାକୁ ଧ୍ବଂସ କରିଦେବୁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି। ମଦ୍ରାସା ଭାଙ୍ଗିବା ପାଇଁ ଆମର କୌଣସି ଉଦ୍ଦେଶ୍ୟ ନାହିଁ। କିନ୍ତୁ ମଦ୍ରାସାଗୁଡ଼ିକ ଯେଭଳି ଜିହାଦୀ କାର୍ଯ୍ୟପାଇଁ ବ୍ୟବହାର ନହୁଏ ଆମେ ତା’ ଉପରେ ଗୁରୁତ୍ବ ଦେଉଛୁ। ଗତକାଲି ରାଜ୍ୟର ତୃତୀୟ ମଦ୍ରାସାକୁ ଧ୍ବସ୍ତ କରାଯିବା ପରେ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ଆସାମର ବୋଙ୍ଗାଇଗାଓଁ ଜିଲ୍ଲାରେ ଏକ ମଦ୍ରାସାକୁ ବୁଲଡୋଜର ଦ୍ବାରା ଭାଙ୍ଗି ଦିଆଯାଇଛି। ଶର୍ମା କହିଛନ୍ତି, ଯଦି ମଦ୍ରାସା ଅନୁଷ୍ଠାନଗୁଡ଼ିକ କୌଣସି ଦେଶ ବିରୋଧୀ କାର୍ଯ୍ୟପାଇଁ ବ୍ୟବହାର ହେଉଥିବା ସଂକ୍ରାନ୍ତରେ ଆମକୁ ପ୍ରମାଣ ମିଳେ ତେବେ ଆମେ ତାହାକୁ ମୂଳପୋଛ କରିଦେବୁ।

ସମ୍ବନ୍ଧିତ ଖବର