ମଦ୍ରାସାରେ ପଢି ପିଲା ଡାକ୍ତର, ଇଂଜିନିୟର ହେଉଛନ୍ତି : ଏଆଇୟୁଡିଏଫ୍

ନୂଆଦିଲ୍ଲୀ : ମଦ୍ରାସାକୁ ନେଇ ଆସାମରେ ଏକ ବଡ଼ ବିତର୍କ ଆରମ୍ଭ ହୋଇଛି । ମଦ୍ରାସାଗୁଡ଼ିକୁ ବନ୍ଦ କରିଦିଆଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦେଇଥିବା ବୟାନର ବିରୋଧ କରିଛି ଆସାମର ଏକ ଆଞ୍ଚଳିକ ଦଳ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ) ।

ଏଆଇୟୁଡିଏଫ ବିଧାୟକ ରଫିକୁଲ ଇସଲାମ କହିଛନ୍ତି ଯେ ଆରଏସଏସକୁ ଖୁସି କରିବାକୁ ମୁଖ୍ୟମନ୍ତ୍ରୀ ମୁସଲମାନଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ସେମାନେ ମଦ୍ରାସା ବନ୍ଦ କରିପାରିବେ ନାହିଁ, କାରଣ ଆମ ଧର୍ମ ଶିକ୍ଷା ଦେବାକୁ ସମ୍ବିଧାନ ଆମକୁ ଅଧିକାର ଦେଇଛି । ମୁଖ୍ୟମନ୍ତ୍ରୀ ଜାଣିବା ଉଚିତ ଯେ ମଦ୍ରାସାର ପଢିଥିବା ପିଲାମାନେ ଡାକ୍ତର ଇଂଜିନିୟର ହେଉଛନ୍ତି ।

ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଥିଲେ ଯେ ମଦ୍ରାସାଗୁଡ଼ିକୁ ବନ୍ଦ କରିଦିଆଯିବା ଉଚିତ । ତାହା ବଦଳରେ ପିଲାମାନଙ୍କୁ ସାଧାରଣ ଶିକ୍ଷା ଦିଆଯିବା ଉଚିତ । ମଦ୍ରାସା ଯାଉଥିବା ପିଲାମାନଙ୍କୁ ଯଦି କୁହାଯିବ ଯେ ସେମାନେ ଡାକ୍ତର,ଇଂଜିନିୟର ହୋଇପାରିବେ ନାହିଁ ତେବେ ସେମାନେ ସେଠାକୁ ଯିବାକୁ ମନା କରିବେ । ଏଣୁ ମୁସଲମାନମାନେ ଘରେ ପିଲାମାନଙ୍କୁ କୋରାନ ଶିକ୍ଷା ଦିଅନ୍ତୁ । ପିଲାମାନଙ୍କୁ ମଦ୍ରାସାରେ ଭର୍ତ୍ତି କରିବା ସେମାନଙ୍କ ମାନବ ଅଧିକାରର ହନନ ।

ଆସାମ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନର ବିରୋଧ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବେସୀ ମଧ୍ୟ ସମାଲୋଚନା କରିଥିଲେ । ରାଜ୍ୟରେ ଲୋକ ମରୁଥିବାବେଳେ ମୁଖ୍ୟମନ୍ତ୍ରୀ ଘୃଣା ଭାଷଣ ଦେଇଚାଲିଛନ୍ତି ।

 

 

ସମ୍ବନ୍ଧିତ ଖବର