କାମ୍ବୋଡ଼ିଆ: ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଥିବା କାମ୍ବୋଡିଆରସାହସୀ ମୂଷା ମାଗାୱାର ଆଜି ମୃତ୍ୟୁ ଘଟିଛି | ଅନେକ ବୋମା ଏବଂ ଲ୍ୟାଣ୍ଡମାଇନ୍ ଚିହ୍ନଟ କରିଥିବା ଏହି ମୂଷାକୁ ବେଲଜିୟମ ସଂଗଠନ ଆପୋପୋ ଦ୍ୱାରା ତାଲିମ ଦିଆଯାଇଥିଲା | ମାଗାୱା ନାମକ ଏହି ମୂଷା ତା କ୍ୟାରିଅରରେ ଅନେକ ଦୁଃସାହସିକ କାର୍ଯ୍ୟ କରିଥିଲା | ତା'ର ସାହସିକତା ପାଇଁ ମାଗାୱାକୁ ସ୍ୱର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା। ଆଠ ବର୍ଷ ବୟସ୍କା ମାଗାୱା ୩୮ ଏକରରୁ ଅଧିକ ଜମିରୁ ୭୧ଟି ଲ୍ୟାଣ୍ଡମାଇନ୍ ଏବଂ ୩୮ ଟି ବିସ୍ଫୋରଣ ହୋଇନଥିବା ଅର୍ଡାନାନ୍ସ ସାମଗ୍ରୀକୁ ଖୋଜିପାରିଥିଲା, ଯାହା ଦ୍ୱାରା ହଜାର ହଜାର ଲୋକଙ୍କ ଜୀବନ ରକ୍ଷା ହୋଇପାରିଥିଲା |
ଆପୋପୋ ରିପୋର୍ଟ କରିଛି ଯେ ଏହି ଆଫ୍ରିକୀୟ ମୂଷା ଶେଷନିଶ୍ୱାସ ତ୍ୟାଗ କରିଛି। ସଂଗଠନ କହିଛି ଯେ ମାଗାୱା ରୂପରେ ଜଣେ ସାହସୀ ସାଥୀ ହରାଇଛି, ଯିଏ ନିଜ ଜୀବନକୁ ବଞ୍ଚାଇବାରେ ଉତ୍ସର୍ଗ କରିଛି। ସୂଚନା ଥାଉ କି ମାଗାୱା ନାମକ ଏହି ମୂଷା ଗତ ବର୍ଷ ନିଜର ସାହସିକତା ପାଇଁ ବ୍ରିଟିଶ୍ ଚାରିଟିର ଟପ୍ ସିଭିଲ୍ ଆୱାର୍ଡ ମଧ୍ୟ ପାଇଥିଲା | ଯେତେବେଳେ କି ଏହି ପୁରସ୍କାର ପୂର୍ବରୁ କେବଳ କୁକୁରମାନଙ୍କୁ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ଦିଆଯାଇଥିଲା |
କାମ୍ବୋଡିଆର ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଲ୍ୟାଣ୍ଡମାଇନ୍ ଚିହ୍ନଟ କରିବା ସମୟରେ ଏହି ମୂଷାକୁ ତାଲିମ ଦିଆଯାଇଥିଲା | ଟ୍ରେନିଂ ପରେ ମାଗାୱା ଖୁବ ଭଲ କାମ କରିଥିଲା | ଏକ ରିପୋର୍ଟ ଅନୁଯାୟୀ, ଏହି ମୂଷା ଏହାର ଘ୍ରାଣ ଶକ୍ତି ଦ୍ୱାରା ୧.୪ ଲକ୍ଷ ବର୍ଗ ମିଟର ବା ୨୦ ଟି ଫୁଟବଲ୍ ପଡିଆ ଆକାରର ସ୍ଥାନକୁ ଖୋଜି ଲ୍ୟାଣ୍ଡମାଇନ ଅଛି ନା ନାହିଁ ତାହା ଜଣାଇଦେଇଥିଲା | ଏହା ଦ୍ୱାରା ହଜାର ହଜାର ଜୀବନ ରକ୍ଷା ପାଇଥିଲା |