ପତ୍ରିକା ସମ୍ପାଦକଙ୍କୁ ମହିଳା ଶିକ୍ଷାନବିସଙ୍କ ହତ୍ୟା

୨ ବର୍ଷ ଧରି ଯୌନ ନିର୍ଯାତନା ଦେଇ ଆସୁଥି‌ଲେ

ମୁମ୍ବାଇ : ମୁମ୍ବାଇରୁ ପ୍ରକାଶିତ ‘ଇଣ୍ଡିଆ ଅନ୍‌ବାଉଣ୍ଡ୍‌’ ପତ୍ରିକାର ସମ୍ପାଦକ ନିତ୍ୟାନନ୍ଦ ପାଣ୍ଡେଙ୍କୁ ତାଙ୍କ ସହଯୋଗୀ ୨୪ ବର୍ଷୀୟା ଶିକ୍ଷାନବିସ ଅଙ୍କିତା ମିଶ୍ର ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଦୀର୍ଘ ୨ ବର୍ଷ ଧରି ନିତ୍ୟାନନ୍ଦ ଦେଇ ଆସୁଥିବା ଯୌନ ନିର୍ଯାତନାର ପ୍ରତିଶୋଧ ସ୍ବରୂପ ସେ ଏପରି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଅଙ୍କିତା ସ୍ବୀକାର କରିଛନ୍ତି। ନିତ୍ୟାନନ୍ଦଙ୍କ ଆତରଣରେ ଅତିଷ୍ଠ ହୋଇ ସେ ବାରମ୍ବାର ବିରୋଧ କରିବାରୁ ଅଙ୍କିତାଙ୍କ ଉପରେ ସେ ବିଭିନ୍ନ ପ୍ରକାର ଚାପ ପକାଇଥିଲେ। ଜାଣିଶୁଣି ତାଙ୍କୁ ପଦୋନ୍ନତି ଦେଇନଥିଲେ। ଶେଷରେ ଅନନ୍ୟୋପାୟ ହୋଇ ଅଙ୍କିତା ଉକ୍ତ ପତ୍ରିକାର ପ୍ରକାଶକ ୩୪ ବର୍ଷୀୟ ସତିଶ ମିଶ୍ରଙ୍କ ସହାୟତାରେ ଗତ ସପ୍ତାହରେ ନିତ୍ୟାନନ୍ଦଙ୍କୁ ହତ୍ୟା କରିଛନ୍ତି । ଉଭୟ ଅଙ୍କିତା ଏବଂ ସତୀଶଙ୍କୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନାନୁଯାୟୀ, ଦୀର୍ଘ ୩ ବର୍ଷ ହେଲା ଅଙ୍କିତା ନିତ୍ୟାନନ୍ଦଙ୍କ ସହ ଗତ କାମ କରି ଆସୁଥିଲେ। ତେବେ ଗତ ଦୁଇ ବର୍ଷ ହେଲା ସେ ନିତ୍ୟାନନ୍ଦଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ଗତ ସପ୍ତାହରେ ଉଭୟ ଅଙ୍କିତା ଏବଂ ସତୀଶ ଯୋଜନା କରି ନିତ୍ୟାନନ୍ଦଙ୍କୁ ବାହାରକୁ ନେଇ ଯାଇଥିଲେ। ଘର ଦେଖାଇବା ବାହାନାରେ ସତୀଶ ନିତ୍ୟାନନ୍ଦଙ୍କୁ ସେମାନଙ୍କ ସାଙ୍ଗରେ ଯିବାକୁ ରାଜି କରାଇଥିଲେ। ବାଟରେ ସେମାନେ ନିତ୍ୟାନନ୍ଦଙ୍କୁ ମୃତୁ ପାନୀୟରେ ନିଶା ଦେଇଥିଲେ। ନିତ୍ୟାନନ୍ଦ ଶୋଇ ପଡ଼ିବାରୁ ସେମାନେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ବାଟରେ ଏକ ନିଛାଟିଆ ସ୍ଥାନରେ ଶବକୁ ଫିଙ୍ଗି ଚାଲି ଆସିଥିଲେ।

ସମ୍ବନ୍ଧିତ ଖବର