କନିକାଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି କି ବ୍ରିଟେନର ଯୁବରାଜ ଚାର୍ଲସ?

ଲଣ୍ଡନ : ବ୍ରିଟେନର ଯୁବରାଜ ଚାର୍ଲସଙ୍କୁ କରୋନା ସଂକ୍ରମଣ ହୋଇଥିବା ନେଇ ବୁଧବାର ଚର୍ଚ୍ଚା ଜୋର ଧରିଥିଲା । ଡ୍ୟୁକ ଅଫ କର୍ନଓ୍ୱାଲ ଭାବାରେ ପରିଚିତ ପ୍ରିନ୍ସ ଚାର୍ଲସଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ବାହାରି ଥିଲେ ମଧ୍ୟ ତାଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ରହିଛି ଓ ସେ ନିଜର ସ୍ୱାଭାବିକ କାର୍ଯ୍ୟ କରୁଛନ୍ତି ବୋଲି ଖବର ମିଳିଥିଲା । ତେବେ କେଉଁ କାରଣରୁ ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ସଂକ୍ରମିତ ହେଲେ ତାହା ପୂର୍ବରୁ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବଲିଉଡ କଣ୍ଠଶିଳ୍ପୀ କନିକା କପୁରଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମଣର ଶିକାର ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା |

An archived version of the tweet can be found <a href="https://archive.is/xYcFM">here</a>.
thequint.com

ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ନୋଭେଲ କରୋନାଭାଇରସ୍ ପାଇଁ ଚିକିତ୍ସିତ ହେଉଥିବା ବଲିଉଡ କଣ୍ଠଶିଳ୍ପୀ କନିକା ବ୍ରିଟେନରୁ ଫେରିବା ପରେ ତାଙ୍କ ଯାତ୍ରା ଇତିହାସ ଲୁଚାଇ ଥିବାରୁ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଏ ମଧ୍ୟରେ ବ୍ରିଟେନର ଯୁବରାଜ ଚାର୍ଲସଙ୍କ ସହ ତାଙ୍କର ଏକ ଫଟୋ ଭାଇରଲ ହେବାରୁ କନିକାଙ୍କ ସଂସ୍ପର୍ଶରେ ଆସି ଯୁବରାଜ ଚାର୍ଲସ କରୋନା ସଂକ୍ରମଣ ଶିକାର ହୋଇଥିବା ଚର୍ଚ୍ଚା ଜୋର ଧରିଥିଲା | ତେବେ କିଛି ସମୟ ଧରି ଏହି ଚର୍ଚ୍ଚା ହେବା ପରେ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି | କଣ୍ଠଶିଳ୍ପୀ କନିକାଙ୍କ ସଂସ୍ପର୍ଶରେ ଆସି ଯୁବରାଜ ଚାର୍ଲସ କରୋନା ସଂକ୍ରମଣର ଶିକାର ହୋଇ ନଥିବା ସ୍ପଷ୍ଟ ହୋଇଛି | ଭାଇରାଲ ହେଉଥିବା ଫଟୋଟି ୨୦୧୫ର ବୋଲି ଜଣା ପଡିବା ପରେ ଏଭଳି ଚର୍ଚ୍ଚାର ଅବସାନ ଘଟିଛି |

ସମ୍ବନ୍ଧିତ ଖବର