କୋଲ୍କାତା: ରବିବାର ଦିନ ମେଜିକ୍ ଦେଖାଉ ଥିବା ବେଳେ ଇସ୍ପାତ ଜଞ୍ଜିର ଓ ଦଉଡ଼ିରେ ବନ୍ଧାଯାଇ ଗଙ୍ଗାରେ ଡୁବାଇ ଦିଆଯାଇଥିବା ଜଣେ ଭାରତୀୟ ଯାଦୁକର ନିରୁଦ୍ଦେଶ ହୋଇଯାଇଥିବା କଥା ପୁଲିସ କହିଛି।
ମଞ୍ଚ ନାମରେ ‘ଯାଦୁକର ମାଡ୍ରାକ୍’ ଭାବେ ସୁପରିଚି ଚଞ୍ଚଳ ଲାହିରୀ ନାମକ ସେ ବ୍ୟକ୍ତିଙ୍କୁ ଗୋଟାଏ କ୍ରେନ୍ ସହାୟତାରେ ନଦୀ ମଧ୍ୟରେ ଡୁବାଇ ଦିଆଯାଇଥିଲା। କୂଳରେ ଠିଆ ହୋଇ ସେ ଦୃଶ୍ୟ ଦେଖୁଥିଲେ ତାଙ୍କ ପରିବାରବର୍ଗ, ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ।
୪୦ ବର୍ଷିୟ ଯାଦୁକର ପାଣିରୁ ନ ଉଠିବାରୁ ସରକାରୀ କର୍ତ୍ତୃପକ୍ଷମାନେ ତାଙ୍କୁ ଖୋଜିବାକୁ ଗଲେ।
ଏପର୍ଯ୍ୟନ୍ତ ଖୋଜା ଚାଲିଥିବା କଥା ତାଙ୍କ ପରିବାର ଜଣେ ଲୋକ କହିଛନ୍ତି।
/sambad/media/post_attachments/wp-content/uploads/2019/06/chanchal-300x169.jpg)
ସେଇ ଏକା ଜାଗାରେ ୨୧ ବର୍ଷ ତଳେ ଚଞ୍ଚଳ ଲାହିରୀ ଏଭଳି କୁହୁକ ଦେଖାଇ ସଫଳ ହୋଇଥିଲେ।
ଲାହିରୀ କହିଥିଲେ, ଜଞ୍ଜିରରେ ବନ୍ଧା ହୋଇ ତାଲା ପଡ଼ିଥିବା ଗୋଟାଏ ବୁଲେଟ୍ ପ୍ରୁଫ୍ କାଚ ବାକ୍ସରେ ମୁଁ ପଶିଥିବା ବେଳେ ତାହାକୁ ହାଓଡ଼ା ପୋଲରୁ ତଳକୁ ପକାଇ ଦିଆଯାଇଥିଲା। ୨୯ ସେକେଣ୍ଡ୍ ମଧ୍ୟରେ ମୁଁ ବାହାରି ଆସିଥିଲି।
ପାଣି ମଧ୍ୟକୁ ଯିବା ପୂର୍ବରୁ ଚଞ୍ଚଳ ଲାହିରୀ ସ୍ୱୀକାର କରିଥିଲେ ଯେ ଏଥର ମୁକ୍ତି ପାଇବା କାଠିକର ପାଠ।
ସେ କହିଥିଲେ, ମୁଁ ଯଦି ବାକ୍ସକୁ ଖୋଲିପାରେ ସେଇଟା ହେବ କୁହୁକ, କିନ୍ତୁ ଖୋଲି ନ ପାରିଲେ ଦୁର୍ଭାଗ୍ୟ।