କାଲିଫର୍ଣ୍ଣିଆ : ଉତ୍ତର କାଲିଫର୍ଣ୍ଣିଆ ଉପକୂଳରେ ୬.୪ ତୀବ୍ରତାର ଭୂମିକମ୍ପ ହୋଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ବନ୍ଦର ସହର ୟୁରେକାଠାରୁ ୨୫ ମାଇଲ ଦୂରରେ ଥିବା ହମ୍ବୋଲ୍ଡ କାଉଣ୍ଟିରେ ଏହି ଭୂକମ୍ପ ହୋଇଥିଲା। ଭୂକମ୍ପ ଯୋଗୁଁ ୬୦ ହଜାରରୁ ଅଧିକ ଗ୍ରାହକଙ୍କ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଛି।