ନୂଆଦିଲ୍ଲୀ : କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୨ ଜଣଙ୍କୁ ପଦ୍ମବିଭୂଷଣ, ୪ ଜଣଙ୍କୁ ପଦ୍ମଭୂଷଣ ଓ ୪୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।

Advertisment

ଶ୍ରୀ କୁଅଁର ସମ୍ମାନ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନମସ୍କାର କରିଥିଲେ। ଚଳିତ ବର୍ଷ ପଦ୍ମଶୀ ସମ୍ମାନ ପାଇଁ ୪ ଜଣ ଓଡ଼ିଆ ମନୋନୀତ ହୋଇଥିବାବେଳେ ୩ ଜଣଙ୍କୁ ଦ୍ବିତୀୟ ପର୍ଯ୍ୟାୟ ବିତରଣ ସମାରୋହରେ ରାଷ୍ଟ୍ରପତି ସମ୍ମାନିତ କରିବେ। ଦ୍ବିତୀୟ ପର୍ଯ୍ୟାୟ ସମାରୋହ ଆସନ୍ତାମାସ ୫ରେ ଅନୁଷ୍ଠିତ ହେବ। ଆଜିର ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନ୍‌ଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।