ଅନୀଲ ଦେଶମୁଖ ଦୁର୍ନୀତି ମାମଲା : ସିବିଆଇ ତଦନ୍ତ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ, ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ମହାରାଷ୍ଟ୍ର ସରକାର ।

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାରଙ୍କ ସ୍ଥାୟୀ ଓକିଲ ସଚିନ ପାଟିଲ କହିଛନ୍ତି ଯେ ବମ୍ବେ ହାଇକୋର୍ଟଙ୍କ ଅପିଲ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ତରଫରୁ ଏକ ଅପିଲ ଦାୟର କରାଯାଇଛି ।

ଗତ କାଲି ବମ୍ବେ ହାଇକୋର୍ଟଙ୍କ ରାୟ ଆସିବା ପରେ ଅନୀଲ ଦେଶମୁଖ ନିଜପଦରୁ ଇସ୍ତଫା ଦେଇଥିଲେ । ଏକ ୫୨ ପୃଷ୍ଠା ବିଶିଷ୍ଟ ନିର୍ଦ୍ଦେଶନାମାରେ ହାଇକୋର୍ଟ ସିବିଆଇକୁ ୧୫ ଦିନ ମଧ୍ୟରେ ଏକ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଦେବାକୁ କହିଥିଲେ ।

ସୂଚନାଯୋଗ୍ୟ ଯେ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖି ଅନୀଲଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ମାସକୁ ୧୦୦ କୋଟି ଯୋଗାଡ଼ ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନୀଲ ଦେଶମୁଖ ନିର୍ଦ୍ଦେଶ ଦେଇଥିବା ସେ ନିଜ ଅଭିଯୋଗରେ କହିଥିଲେ ।

ନିଜର ରାୟରେ ହାଇକୋର୍ଟର ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତା ଓ ଜି.ଏସ.କୁଲକର୍ଣ୍ଣୀ କହିଥିଲେ ଯେ ଏହା ଏକ ଅସାଧାରଣ ମାମଲା । ଅନୀଲ ଦେଶମୁଖ ରାଜ୍ୟର ଗୃହମନ୍ତ୍ରୀ ଓ ସେ ପୁଲିସ ବିଭାଗର ମୁଖ୍ୟ । ଏଣୁ ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ । ତେବେ ସିବିଆଇ ତୁରନ୍ତ ଏକ ଏଫଆଇଆର ଦାୟର କରିବାର ଆବଶ୍ୟକତା ନାହିଁ ।

ସମ୍ବନ୍ଧିତ ଖବର