ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇ ଯାଇଛି। ଏହି ସମୟରେ ଜଣେ ସାଧ୍ୱୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ସ୍ବାଧୀଙ୍କୁ ନେଇ ଅନେକ ପ୍ରକାରର ଆଲୋଚନା ଚାଲିଛି। ଏହି ଆଲୋଚନା ମଧ୍ୟରେ ସ୍ବାଧୀ ହର୍ଷା ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଅଧିକପଢ଼ନ୍ତୁୂ:ଭାଇରାଲ ରୋକିବ ମାଟ୍ରିକ୍‌ ପ୍ରଶ୍ନପତ୍ରର ନମ୍ବରିଂ, ବାରକୋର୍ଡ ବ୍ୟବସ୍ଥା!

ସାଧ୍ୱୀ ହର୍ଷା କହିଛନ୍ତି, ‘ମୋତେ ସୋସିଆଲ ମିଡିଆରେ ସାଧ୍ୱୀ ହର୍ଷାର ଟ୍ୟାଗ୍ ଦିଆଯାଇଛି। ଏହି ଟ୍ୟାଗ ମୁଁ ନୁହେଁ ଆପଣମାନେ ହିଁ ଦେଇଛନ୍ତି।  ଏ ପ୍ରସଙ୍ଗରେ ମୁଁ କହିବାକୁ ଚାହୁଁଛି ଯେ ମୁଁ ସାଧ୍ୱୀ ହେବାକୁ ଯାଉଛି, ମୁଁ ସାଧ୍ୱୀ ହୋଇନାହିଁ। ମୁଁ ମୋର ଗୁରୁ କୈଳାନନ୍ଦଙ୍କ ଗିରି ମହାରାଜଙ୍କ ଠାରୁ ଦୀକ୍ଷା ନେଇଛି।

ମୁଁ ତାଙ୍କର ଶିଷ୍ୟ। କିନ୍ତୁ ମୁଁ ସାଧ୍ୱୀ ହେବା ପାଇଁ କୌଣସି ଦୀକ୍ଷା ନେଇନାହିଁ। ନାଗା ସାଧୁ ହେବା ପାଇଁ ଆମକୁ କ'ଣ ଦୀକ୍ଷା ନେବାକୁ ପଡିବ? କିଛି ନିୟମ ଏବଂ କିଛି ରୀତିନୀତି ଅଛି। କିନ୍ତୁ ମଁଇ ସେପରି କିଛି ନିୟମ ପାଳନ କରିନାହିଁ। । ଲୋକମାନେ ମୋର ପୋଷାକ ଦେଖି ଏପରି ନାମକରଣ କରି ଦେଇଛନ୍ତି।

ତେଣୁ ମୋତେ ଯେଉଁ ସାଧ୍ୱୀର ଟ୍ୟାଗ୍ ଦିଆଯାଉଛି ତାହା ବର୍ତ୍ତମାନ ଉପଯୁକ୍ତ ହେବ ନାହିଁ। କାରଣ ମୁଁ ଏପର୍ଯ୍ୟନ୍ତ ଏଥିରେ ସମ୍ପୂର୍ଣ୍ଣ ପ୍ରବେଶ କରିନାହିଁ। ମୋ ଗୁରୁ ମୋତେ ଏଥିପାଇଁ ଅନୁମତି ଦେଇନାହାଁନ୍ତି। ସେ ମୋତେ ଅନୁମତି ନ ଦେଲେ, ମୁଁ ସେ ଦିଗରେ ମଧ୍ୟ ଯାଇପାରିବି ନାହିଁ।

ଅଧିକପଢ଼ନ୍ତୁୂ:ଭୟାବହ ଦୁର୍ଘଟଣାର ଶିକାର ହେବାପରେ ବିଜୟୀ ହେଲେ ଅଜିତ

ମୁଁ ଭାରତ ଏବଂ ବିଦେଶରେ ଅନେକ ଅଭିନୟ ଏବଂ ଆଙ୍କରିଂ କରିଛି। କିନ୍ତୁ ଗତ ଦେଢ଼ ବର୍ଷ ଧରି ମୁଁ ଉକ୍ତ କାମରୁ ବିରତି ନେଇଛି। ମୁଁ ମୋ ଗୁରୁଦେବଙ୍କ ଆଶ୍ରୟରେ ରହୁଛି। ମୁଁ ସାଧନା କରୁଛି। ଏହା ଦ୍ବାରା ବହୁତ କିଛି ଶିଖୁଛି। ମୁଁ ଏହି ଜୀବନକୁ ପୂର୍ବ ଜୀବନ ଅପେକ୍ଷା ଅଧିକ ଉପଭୋଗ କରୁଛି।’