ପ୍ରୟାଗରାଜ: କୋଟିପତି ନାବିକଙ୍କୁ ବଡ ଝଟକା । ପ୍ରୟାଗରାଜରେ ଡଙ୍ଗା ଚଳାଇ କୋଟିପତି ବନିଥିବା ପିଣ୍ଟୁ ଭାଇ ଗଣିବେ ଟିକସ । ୪୫ ଦିନରେ କମାଇଥିବା ୩୦ କୋଟିରୁ ଟିକସ କଟିଯିବ କୋଟି କୋଟି ଟଙ୍କା । ଏହି ଖବର ନିଆଁ ଭଳି ବ୍ୟାପିଯିବା ପରେ ଡଙ୍ଗା ଚାଳକ ପିଣ୍ଟୁ ମହାରା ଛାତିରେ ଛନକା ପଶିଛି ଆମ ମନ ଦୁଃଖ ହୋଇଛି ।
୪୫ ଦିନରେ ମହାକୁମ୍ଭରେ ଡଙ୍ଗା ଚଳାଇ ୩୯୦ କୋଟି ଟଙ୍କା ରୋଜଗାର କରିଥିବା ପିଣ୍ଟୁ ଏକାସାଙ୍ଗରେ ଏତେ ଟଙ୍କା ଦେଖି ଭାରି ଖୁସି ଥିଲେ । ତାଙ୍କ ପରିବାର ବି ବହୁତ ଖୁସି ଥିଲା । କେବେ ଭାବିନଥିବା ରୋଜଗାର ଏଥର ହେବ ବୋଲି କେହି କଳନା କରି ନଥିଲେ ତେଣୁ ୩୦ କୋଟି ରୋଜଗାର କରି ସମସ୍ତେ ଖୁସିହାସି ହେଉଥିଲେ । ମାତ୍ର ସେମାନଙ୍କ ଖୁସି କିଛି ଦିନ ପାଇଁ ହିଁ ଥିଲା । ସେମାନଙ୍କ ଖୁସିରେ ନଜର ଲାଗିଗଲା ।
କୋଟିପତି ଡଙ୍ଗା ଚାଳକ ପିଣ୍ଟୁଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶଂସା କରିଥିବା ବେଳେ ଯୋଗୀଙ୍କ ମୁହଁରୁ ପିଣ୍ଟୁଙ୍କ କଥା ଜାଣିବା ପରେ ସେ ରାତାରାତି ଭାଇରାଲ ହୋଇଥିଲେ । ଆଉ ଏବେ ସେହି କୋଟିପତି ନାବିକଙ୍କୁ ଟିକସ ଭରିବାକୁ ପଡିବ । ପିଣ୍ଟୁଙ୍କର ୧୩୦ଟି ଡଙ୍ଗା ଅଛି, ପ୍ରତିଦିନ ସେ ଡଙ୍ଗାରୁ ୨୩ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଏବଂ ୪୫ ଦିନରେ ପାଖାପାଖି ୩୦ କୋଟି ରୋଜଗାର କରିଛନ୍ତି । ତେଣୁ ଆୟ ଅନୁସାରେ ତାଙ୍କୁ ଟ୍ୟାକ୍ସ ଭରିବାକୁ ପଡିବ ।
ଭାରତରେ ୧୫ ଲକ୍ଷରୁ ଅଧିକ ରୋଜଗାରରେ ୩୦ ପ୍ରତିଶତ ଟିକସ ଭରିବାକୁ ପଡୁଥିବା ବେଳେ ପିଣ୍ଟୁଙ୍କୁ ୩୦ କୋଟି ଟଙ୍କାରେ ପ୍ରାୟ ୧୨.୮୦ କୋଟି ଟଙ୍କାର ଟ୍ୟାକ୍ସ ଦେବାକୁ ପଡିବ । ଯାହା ତାଙ୍କର ଆୟର ଅଧା କହିଲେ ଚଳେ । ଯେତିକି ସେ ୪୫ ଦିନରେ ରୋଜଗାର କରିଛନ୍ତି ତାର ଅଧାରୁ ଟିକେ କମ୍ ତାଙ୍କୁ ଟିକସ ଆକାରରେ ଦେବାକୁ ପଡିବ ।
ଖାଲି ଡଙ୍ଗା ଚଳାଇ ନୁହେଁ ମହାକୁମ୍ଭରେ ଯାତ୍ରୀଙ୍କୁ ନେବା ଆଣିବା କରି ଅଟୋ ଚାଳକ, ବସ୍ ଚାଳକ ଭଲ ରୋଜଗାର କରିଥିବା ବେଳେ ହୋଟେଲ ମାଲିକ ବି ମାଲାମାଲ ହୋଇଛନ୍ତି ।