୧୭,୪୭୧ ପଦବୀ ପାଇଁ ମହାରାଷ୍ଟ୍ର ପୁଲିସକୁ ମିଳିଲା ୧୭.୭୬ ଲକ୍ଷ ଆବେଦନ

ମୁମ୍ବାଇ: ମହାରାଷ୍ଟ୍ର ପୁଲିସରେ ଜୁନ୍‌ ୧୯ରୁ ଆରମ୍ଭ ହେବାକୁ ଥିବା ୧୭,୪୭୧ କନଷ୍ଟେବୁଲାରି ପଦବୀ ପୂରଣ ପାଇଁ ନିଯୁକ୍ତି ଅଭିଯାନରେ ୧୭.୭୬ ଲକ୍ଷ ଆବେଦନ ଆସିଛି। କନଷ୍ଟେବଳ, ଡ୍ରାଇଭର, ବ୍ୟାଣ୍ଡମ୍ୟାନ, ଏସଆରପିଏଫ କର୍ମଚାରୀ ଏବଂ ଜେଲ କର୍ମଚାରୀ ପଦବୀ ପାଇଁ ଏହି ନିଯୁକ୍ତି ଅଭିଯାନ ଚାଲିଛି।

୯,୫୯୫ କନଷ୍ଟେବଳ ପଦବୀ ପାଇଁ ୮,୨୨,୯୮୪ ଆବେଦନ ଆସିଥିବା ବେଳେ ୧,୬୮୬ କନଷ୍ଟେବଳ ଡ୍ରାଇଭର ପଦବୀ ପାଇଁ ୧,୯୮,୩୦୦ ଆବେଦନ ଆସିଛି। ୧୮୦୦ ଜେଲ କନଷ୍ଟେବଳ ପଦବୀ ପାଇଁ ୩,୭୨,୩୫୪ ଆବେଦନ ଆସିଛି। ପ୍ରତି ପଦବୀ ପାଇଁ ୧୦୧ଟି ଆବେଦନ ଆସିଥିବା ବେଳେ ଜେଲ୍‌ ବିଭାଗରେ ପଦବୀ ପିଛା ୨୦୬ଟି ଆବେଦନ ହୋଇଛି।

ଏହା ପୂର୍ବରୁ ନଭି ମୁମ୍ବାଇ ପୁୁଲିସ କମିଶନର ମିଲିନ୍ଦ ଭାରମ୍ବେ, ଥାନେ ଅତିରିକ୍ତ ପୁଲିସ କମିଶନର (ପ୍ରଶାସନ) ସଞ୍ଜୟ ଯାଦବ ଏବଂ ପାଲଘର ଆରକ୍ଷୀ ଅଧୀକ୍ଷକ ବାଲାସାହେବ ପାଟିଲ ସେମାନଙ୍କ ୟୁନିଟ୍‌ ପାଇଁ ନିଯୁକ୍ତି ଅଭିଯାନର ବିବରଣୀ ପ୍ରଦାନ କରିଥିଲେ।

ମୀରା ଭାୟନ୍ଦର ବସାଇ ବିରାର ପୁଲିସ ୟୁନିଟରେ ୨୩୧ଟି କନଷ୍ଟେବଳ ପଦବୀ ରହିଛି, ଯେଉଁଥିପାଇଁ ଆମେ ୮,୪୩୨ଟି ଆବେଦନ ପାଇଛୁ, ଯେଉଁଥିରେ ୬,୯୦୦ ପୁରୁଷ ଏବଂ ୧,୫୨୩ ଜଣ ମହିଳା ଅଛନ୍ତି।

ସେହିପରି ଥାନେରେ ୬୬୧ଟି ପଦବୀ ପାଇଁ ୩୮,୦୭୮ଟି ଆବେଦନ ଆସିଛି। ଏମାନଙ୍କ ମଧ୍ୟରୁ ୩୦,୧୫୫ ଜଣ ପୁରୁଷ ଓ ୭,୯୨୩ ଜଣ ମହିଳା ଅଛନ୍ତି। ଏହାବ୍ୟତୀତ ୨୦ଟି ଡ୍ରାଇଭର ପଦବୀ ପାଇଁ ୧୫୨୭ଟି ଆବେଦନ ଆସିଥିବା ବେଳେ ପୁରୁଷଙ୍କ ଠାରୁ ୧୪୦୮ଟି ଓ ମହିଳାଙ୍କ ଠାରୁ ୧୧୯ଟି ଆବେଦନ ଆସିଛି। ପାଲଘରରେ ୫୯ଟି ପଦବୀ ପାଇଁ ୩୫୭୭ଟି ଆବେଦନ ଆସିଛି।

ନଭି ମୁମ୍ବାଇରେ ୧୮୫ଟି କନଷ୍ଟେବଳ ପଦବୀ ପାଇଁ ୪,୬୨୨ ଜଣ ପୁରୁଷ ଓ ୧,୩୬୨ ଜଣ ମହିଳାଙ୍କୁ ମିଶାଇ ୫,୯୮୪ ଜଣ ଆବେଦନ କରିଛନ୍ତି।

ଆସନ୍ତା ୧୯ ତାରିଖରୁ ରାଜ୍ୟର ବିଭିନ୍ନ ୟୁନିଟରେ ନିଯୁକ୍ତି ଅଭିଯାନ ପାଇଁ ଗ୍ରାଉଣ୍ଡ ଟେଷ୍ଟ ଆରମ୍ଭ ହେବାକୁ ଥିବାରୁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଜଣେ ପ୍ରାର୍ଥୀଙ୍କୁ ପରୀକ୍ଷା ପାଇଁ ଡକାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର