ପଦ୍ୟରେ ମହାଭାରତ ରଚନା କଲା ୧୩ ବର୍ଷୀୟା ଝିଅ ସିଆ

ନୂଆଦିଲ୍ଲୀ: ଦିଲ୍ଲୀର ତେର ବର୍ଷ ବୟସ୍କା ସ୍କୁଲ୍ ଛାତ୍ରୀ ସିଆ ଗୁପ୍ତା ପୂରା ମହାଭାରତକୁ ପଦ୍ୟରେ ପୁନର୍ଲିଖନ କରି ଚର୍ଚ୍ଚାକୁ ଆସିଛନ୍ତି। ମହାଭାରତରେ ଥିବା ପ୍ରେମ-ଘୃଣା, ସତ୍ୟନିଷ୍ଠତା-ପ୍ରତାରଣା ଏବଂ ଷଡ଼୍‌ଯନ୍ତ୍ର-ଯୁଦ୍ଧ ଆଦିର କାହାଣୀକୁ ସେ ପ୍ରାୟ ୧୦୦୦ ପଦରେ ବର୍ଣ୍ଣନା କରିଛନ୍ତି। ତାଙ୍କଦ୍ବାରା ଇଂରାଜୀ ପଦ୍ୟରେ ଲିଖିତ ଏହି କ୍ଷୁଦ୍ର ମହାଭାରତର ନାମ ହେଉଛି ‘ଦି ମହାଭାରତ ଇନ୍ ରାଇମ୍’। ତେବେ ଏହା ସିଆ ଗୁପ୍ତାଙ୍କର ପ୍ରଥମ ପୁସ୍ତକ ନୁହେଁ। ମାତ୍ର ଆଠ ବର୍ଷ ବୟସରେ ସେ ‘ମ୍ୟାଜିକାଲ୍ ୱାର୍ଲ୍ଡ ଅଫ୍ ପୋଏମ୍‌ସ’ ଶୀର୍ଷକ ପ୍ରଥମ ପୁସ୍ତକ ରଚନା କରିଥିଲେ। ସେ ମଧ୍ୟ ଆଲାଦ୍ଦିନ, ସିଣ୍ଡେରେଲା, ସ୍ନୋ ହ୍ବାଇଟ୍‌ ଆଣ୍ଡ୍ ଦ ସେଭେନ ଡ୍ବାର୍ଫସ୍‌ ଏବଂ ବିୟୁଟି ଆଣ୍ଡ୍ ଦି ବିଷ୍ଟ ଆଦି ଲୋକପ୍ରିୟ କାହାଣୀକୁ ଆଧାର କରି ‘ଟେଲ୍ସ ଇନ୍ ରାଇମ୍’ ସିରିଜ୍ ଲେଖିଛନ୍ତି।

ସିୟା ଗୁପ୍ତା ତାଙ୍କର ସଦ୍ୟତମ କୃତିରେ ଧର୍ମ, କର୍ତ୍ତବ୍ୟ ଓ ତ୍ୟାଗର ଆଦର୍ଶ ଉପରେ ଗୁରୁତ୍ବ ଦେବା ସହ ଏକବିଂଶ ଶତାବ୍ଦୀରେ ମଧ୍ୟ ମହାଭାରତ କିପରି ପ୍ରାସଙ୍ଗିକ ରହିଆସିଛି ତାହା ଦର୍ଶାଇଛନ୍ତି। ଓମ୍ ବୁକ୍ ଇଣ୍ଟରନ୍ୟାସନାଲ୍ ଦ୍ୱାରା ପ୍ରକାଶିତ ଉକ୍ତ ଚିତ୍ରିତ ପୁସ୍ତକଟି ଜୟପୁର ସାହିତ୍ୟ ମହୋତ୍ସବ-୨୦୨୧ରେ ଶୁଭ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର