ନୂଆଦିଲ୍ଲୀ: ପ୍ରୟାଗରାଜର ସଙ୍ଗମ କୂଳରେ ଚଳିତ ମହାକୁମ୍ଭରେ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ। ୪୦୦୦ ହେକ୍ଟର ଏବଂ ୨୫ଟି ସେକ୍ଟରରେ ବିଭକ୍ତ ମହାକୁମ୍ଭ ନଗରରେ ପ୍ରତିଦିନ ହାରାହାରି ୧ କୋଟିରୁ ଅଧିକ ଭକ୍ତ ସଙ୍ଗମ କୂଳକୁ ଆସୁଥିଲେ।
ଏପରି ପରିସ୍ଥିତିର,ଉତ୍ତର ପ୍ରଦେଶ ଅଗ୍ନିଶମ ବିଭାଗ ନିଜର ଆଧୁନିକ ଉପକରଣ ଏବଂ ତତ୍ପରତା ସହିତ ମହାକୁମ୍ଭ ଭଳି ଏକ ମେଗା କାର୍ଯ୍ୟକ୍ରମରେ କୌଣସି ଜୀବନହାନି ବିନା ଅଗ୍ନିକାଣ୍ଡ ଦୁର୍ଘଟଣାକୁ ନିୟନ୍ତ୍ରଣ କରିପାରିଥିବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
ଏହା ବ୍ୟତୀତ ଅଗ୍ନିଶମ ବିଭାଗ ୧୬.୫ କୋଟି ଟଙ୍କାର ଅଧିକ ଆର୍ଥିକ କ୍ଷତିକୁ ମଧ୍ୟ ଅଟକା ଯାଇ ପାରିଛି। ମହାକୁମ୍ଭ ସମୟରେ ମୋଟ ୧୮୫ଟି ଅଗ୍ନିକାଣ୍ଡ ଘଟଣା ଘଟିଥିଲା। ଯେଉଁଥିରୁ ୨୪ଟି ଅଗ୍ନିକାଣ୍ଡ ଘଟଣା ଗମ୍ଭୀର ରହିଥିଲା।
ପ୍ରତିଦିନ ହାରାହାରି ଚାରିଟି ସ୍ଥାନରେ ନିଆଁ ଲାଗୁଥିଲା। ଯାହାକୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସୁରକ୍ଷିତ ମହାକୁମ୍ଭର ସ୍ୱପ୍ନକୁ ସାକାର କରିବାରେ ଅଗ୍ନିଶମ କର୍ମଚାରୀଙ୍କ ସକ୍ରିୟତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ମହାକୁମ୍ଭ ସମୟରେ ସବୁଠାରୁ ବଡ଼ ଅଗ୍ନିକାଣ୍ଡ ଦୁର୍ଘଟଣା ଜାନୁଆରି ୧୯ତାରିଖରେ ମେଳାର ସେକ୍ଟର-୧୯ ରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ବିଭାଗ ସମ୍ପୂର୍ଣ୍ଣ ସତର୍କତାର ସହିତ ସମସ୍ତ ଭକ୍ତ ଏବଂ କଳ୍ପବାସୀଙ୍କୁ ଉଦ୍ଧାର କରି ଅତି କମ ସମୟ ମଧ୍ୟରେ ଏହାକୁ ନିୟନ୍ତ୍ରଣ କରିପାରିଥିଲା।
ଏକ ସୁରକ୍ଷିତ ମହାକୁମ୍ଭର ଧାରଣାକୁ ଦୃଷ୍ଟିରେ ରଖି ମେଳା ଅଞ୍ଚଳରେ ୨୫ଟି ସେକ୍ଟରରେ ୫୦ଟି ଅଗ୍ନିଶମ କେନ୍ଦ୍ର ଏବଂ ୨୦ଟି ଅଗ୍ନିଶମ ପୋଷ୍ଟ ସ୍ଥାପନ କରାଯାଇଥିଲା। ମେଳା ସମୟରେ, ପ୍ରତ୍ୟେକ ସେକ୍ଟରରେ ୨,୨୦୦ ତାଲିମପ୍ରାପ୍ତ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଅଗ୍ନିଶମ ବିଭାଗର ସିଏଫଓ ପ୍ରମୋଦ ଶର୍ମା ସୂଚନା ଦେଇ କହିଛନ୍ତି।