ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଭିଡ଼ ନିୟନ୍ତ୍ରଣ ପାଇଁ ମେଳାରେ ସ୍ବତନ୍ତ୍ର ତାଲିମପ୍ରାପ୍ତ ଘୋଡ଼ାସବାର ପୁଲିସଙ୍କୁ ନିୟୋଜିତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଉତ୍ତରପ୍ରଦେଶର ଘୋଡ଼ାସବାର ପୁଲିସଙ୍କୁ ଉଭୟ ଜଳ ଏବଂ ସ୍ଥଳଭାଗରେ ନିୟୋଜିତ କରାଯିବ।   ଯେଉଁଠାରେ ପୁଲିସ୍ କର୍ମଚାରୀ ପାଦରେ ପହଞ୍ଚି ପାରିବେ ନାହିଁ, ସେଠାରେ ଘୋଡ଼ାସବାର  ପୁଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବେ। 

Advertisment

ପୁଲିସ୍ ପାଟ୍ରୋଲିଂ ପାଇଁ ମେଳାରେ ୧୩୦ ଘୋଡ଼ା ଏବଂ  ୧୬୬ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଭାରତୀୟ ପ୍ରଜାତିର ଘୋଡ଼ା ସହିତ ଆମେରିକୀୟ ଏବଂ ଇଂଲଣ୍ଡ ପ୍ରଜାତିର ଘୋଡ଼ାମାନେ ମହାକୁମ୍ବରେ ଭିଡ଼ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରିବେ।  ଡ୍ୟୁଟିରେ ନିୟୋଜିତ ଘୋଡ଼ାମାନଙ୍କର ଖାଦ୍ୟ ଏବଂ ଚିକିତ୍ସା ସୁବିଧା ଉପରେ ବିଶେଷ ଧ୍ୟାନ ଦିଆଯାଉଛି।

ମହାକୁମ୍ଭ ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ଶୃଙ୍ଖଳା ରକ୍ଷା କରିବାରେ ଘୋଡ଼ାସବାର  ପୁଲିସ୍ ସୁରକ୍ଷା ନିଶ୍ଚିତ କରିବେ । ଭିଡ଼ ନିୟନ୍ତ୍ରଣ ଏବଂ ଅପହଞ୍ଚ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ଘୋଡ଼ାସବାର ପୁଲିସର କାର୍ଯ୍ୟ କରିବେ। 

ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି ଯେ, ଘୋଡ଼ାମାନଙ୍କୁ ଏକ ବିଶେଷ ଢଙ୍ଗରେ ତାଲିମ ଦିଆଯାଇଛି। ଘୋଡ଼ାମାନଙ୍କୁ ମୋରାଦାବାଦ ଏବଂ ସୀତାପୁର ତାଲିମ କେନ୍ଦ୍ରରେ ତାଲିମ ଦିଆଯାଇଛି। ମହାକୁମ୍ଭକୁ ଦୃଷ୍ଟିରେ ରଖି ଘୋଡ଼ାସବାର ପୁଲିସଙ୍କୁ ବିଶେଷ ତାଲିମ ଦିଆଯାଇଛି ଯାହା ଦ୍ବାରା ସେମାନେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରି ପାରିବେ। ଘୋଡ଼ାସବାର ପୁଲିସ ସ୍ଥଳ ତଥା ଜଳ ଭାବେରେ ଭିଡ଼ ପରିଚାଳନାରେ ପାରଙ୍ଗମ ।

ଘୋଡ଼ାସବାର ପୁଲିସ ଲାଇନର ଇନ୍ସପେକ୍ଟର ପ୍ରେମ ବାବୁ କହିଛନ୍ତି ଯେ, ମହାକୁମ୍ବ ମେଳା ପାଇଁ ଆମେରିକୀୟ ବାମ ବ୍ଲଡ ଏବଂ ଇଂଲଣ୍ଡର ଥ୍ରୋ ପ୍ରଜାତିର ଘୋଡ଼ା କ୍ରୟ କରାଯାଇଛି। ଏହା ବ୍ୟତୀତ ଭାରତୀୟ ପ୍ରଜାତିର ଘୋଡ଼ା ମଧ୍ୟ ଅଛନ୍ତି। ଏହି ଘୋଡ଼ାମାନଙ୍କ ମଧ୍ୟରୁ କେତେକ ମଧ୍ୟ ସେନାଠାରୁ କିଣାଯାଇଛି।

ଇନ୍ସପେକ୍ଟର କହିଛନ୍ତି, ପ୍ରତିଦିନ ଘୋଡ଼ାସବାର ପୁଲିସ ସକାଳ ଓ ସନ୍ଧ୍ୟାରେ ମେଳା ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ଯାଇ କୁମ୍ଭମେଳା ଅଞ୍ଚଳର ଭୌଗୋଳିକ ଅବସ୍ଥା ସହିତ ଘୋଡ଼‌ାମାନଙ୍କୁ ପରିଚିତ କରାଉଛନ୍ତି। ଘୋଡ଼ାମାନଙ୍କ ପାଇଁ ତିନି ଜଣ ପ୍ରାଣୀ ଚିକିତ୍ସକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ସେ କହିଛନ୍ତି ଯେ, ୪ ରୁ ୫ ବର୍ଷ ବୟସର ଘୋଡାମାନେ ପୁଲିସ ବାହିନୀରେ ଯୋଗ ଦିଅନ୍ତି ଏବଂ ୨୦ ବର୍ଷ ବୟସରେ ଅବସର ନେଇଥାନ୍ତି।

ଘୋଡ଼ା ଏବଂ ଘୋଡ଼ାସବାର ପୁଲିସ ବାହନୀ ସଂଖ୍ୟା 

ମହା କୁମ୍ଭମେଳାରେ ନିୟୋଜିତ ଘୋଡ଼ା ସଂଖ୍ୟା - ୧୩୦
ମହା କୁମ୍ଭମେଳାରେ ନିୟୋଜିତ ପୁଲିସ୍ (ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, ହେଡ୍ କନଷ୍ଟେବଳ ଏବଂ କନଷ୍ଟେବଳ)ଙ୍କ ସଂଖ୍ୟା - ୧୩୧
ଘୋଡ଼ା ସେବା କରିବାରେ ନିୟୋଜିତ ଅନ୍ୟ କର୍ମଚାରୀ- ୩୫

ପ୍ରମୁଖ ଘୋଡ଼ାମାନଙ୍କର ନାମ:

ଦାରା, ରାକା, ଶାହିନ୍, ଜ୍ୟାକି, ଗୌରୀ, ଅହଲ୍ୟା, ରାଣାକୁମ୍ଭ

ଗୋଟିଏ ଘୋଡ଼ାର ଦୈନିକ ଡାଏଟ୍ ଚାର୍ଟ:

୧ କିଲୋଗ୍ରାମ ଚଣା
୧୦୦ ଗ୍ରାମ ଗୁଡ଼
୧୦୦ ଗ୍ରାମ ଅଳସି ତେଲ
୨ କିଲୋଗ୍ରାମ ବାର୍ଲି
୧ କିଲୋଗ୍ରାମ ଚୋକଡ
୨୫ କିଲୋଗ୍ରାମ ସବୁଜ ଘାସ
୩୦ ଗ୍ରାମ ଲୁଣ 

ଅଧିକ ପଢ଼ନ୍ତୁ: ସିରିଆ ବିଦ୍ରୋହ ପରେ ଇସ୍ରାଏଲ୍-ଆମେରିକାର ମିଳିତ ଆକ୍ରମଣ

 

ଘୋଡ଼ାଙ୍କ ସ୍ୱାସ୍ଥ୍ୟ ଏବଂ ଯତ୍ନ:

ଘୋଡ଼ାଙ୍କ ପାଇଁ  ୩ ପ୍ରାଣୀ ଚିକିତ୍ସକ ନିଯୁକ୍ତ ହୋଇଛନ୍ତି
ଘୋଡାମାନଙ୍କୁ ତିନିଥର ମାଲିସ୍ କରାଯିବ
ଘୋଡାମାନଙ୍କର କେଶ ମାସରେ ଥରେ କଟାଯିବ 
ମାସରେ ଥରେ ଘୋଡ଼ାଙ୍କର ନାଲ ବଦଳାଯିବ

ଅଧିକ ପଢ଼ନ୍ତୁ: ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସହିତ ସମ୍ପର୍କ ଭାଙ୍ଗିଲେ ସାନ ଭାଇ