ପ୍ରୟାଗରାଜ: ୨୦୨୫ ଜାନୁଆରି ୧୩ ତାରିଖ ପୌଷ ପୂର୍ଣ୍ଣିମା ଦିନ ମହାକୁମ୍ଭ ମେଳା ଆରମ୍ଭ ହେବ। ଏଥର ସଙ୍ଗମ ସହର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆୟୋଜନ କରାଯାଉଛି। ୧୪୪ ବର୍ଷପରେ ଏହି ମହାକୁମ୍ଭ ଅନୁଷ୍ଠିତ ହେଉଛି । ସୋମବାର ଦିନ ହିଁ ପ୍ରଥମ ପବିତ୍ର ସ୍ନାନ ହେବ ।
ସୋମବାର ମହାକୁମ୍ଭର ପ୍ରଥମ ସ୍ନାନ କରିବେ ଶ୍ରଦ୍ଧାଳୁ । କୁମ୍ଭ ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତ୍ରିବେଣୀରେ ସ୍ନାନ କରିବେ। ହିନ୍ଦୁ ଧର୍ମରେ କୁମ୍ଭମେଳାରେ ସ୍ନାନର ବିଶେଷ ମହତ୍ତ୍ୱ ରହିଛି। କିନ୍ତୁ ପୌଷ ପୂର୍ଣ୍ଣିମାରେ ନାଗା ଅଖାଡ଼ା ମାନଙ୍କର ସାହି ସ୍ନାନ ହେବ ନାହିଁ । ପ୍ରଥମ ସାହି ବା ରାଜକୀୟ ସ୍ନାନ ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତି ଦିନ ଅନୁଷ୍ଠିତ ହେବ । କୁମ୍ଭରେ ସ୍ନାନ କରିବାର ପ୍ରଥମ ଅଧିକାର ନାଗାସାଧୁମାନଙ୍କର ରହିଛି ।
୨୦୧୩ରେ ପ୍ରୟାଗରାଜରେ ପୂର୍ଣ୍ଣ କୁମ୍ଭ ମେଳା ଅନୁଷ୍ଠିତ ହୋଇଥିଲା । ପ୍ରତି ୬ ବର୍ଷରେ ଅର୍ଦ୍ଧକୁମ୍ଭ ଓ ୧୨ ବର୍ଷରେ ଥର ପୂର୍ଣ୍ଣ କୁମ୍ଭମେଳା ହୁଏ । ଏହିପରିଭାବେ ୧୨ଟି ପୂର୍ଣ୍ଣକୁମ୍ଭ ଅର୍ଥାତ ୧୪୪ ବର୍ଷରେ ଥରେ ମହାକୁମ୍ଭ ଅନୁଷ୍ଠିତ ହୋଇଥାଏ ।
ଏହା ପୂର୍ବରୁ ୨୦୧୩ରେ ପ୍ରୟାଗରାଜରେ ପୂର୍ଣ୍ଣ କୁମ୍ଭ ମେଳା ଅନୁଷ୍ଠିତ ହୋଇଥିଲା । ପ୍ରତି ୬ ବର୍ଷରେ ଅର୍ଦ୍ଧକୁମ୍ଭ ଓ ୧୨ ବର୍ଷରେ ଥର ପୂର୍ଣ୍ଣ କୁମ୍ଭମେଳା ହୁଏ । ଏହିପରିଭାବେ ୧୨ଟି ପୂର୍ଣ୍ଣକୁମ୍ଭ ଅର୍ଥାତ ୧୪୪ ବର୍ଷରେ ଥରେ ମହାକୁମ୍ଭ ଅନୁଷ୍ଠିତ ହୋଇଥାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/12/M0JCBelLm8aJRxcEdiff.jpg)