ନୂଆଦିଲ୍ଲୀ: ମହାକୁମ୍ଭ ପୂର୍ବରୁ ଓ ଆରମ୍ଭ ହେବା ଦିନ ଠାରୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଗୁଜବ ଖବର ସାମ୍ନାକୁ ଆସିଛି। ଏହାଉପରେ ଧ୍ୟାନ ନଦେବାକୁ ପ୍ରଶାସନ କ୍ରମାଗତ ଭାବେ ସଚେତନ କରି ଆସୁଛି।  

Advertisment

ନିକଟ‌ରେ  ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ଦାବି କରାଯାଇଥିଲା କି, ‘ଯେଉଁଲୋକମାନେ ପ୍ରୟାଗରାଜରେ ପହଞ୍ଚି ପାରି ନାହାନ୍ତି ବା ପାରୁ ନାହାନ୍ତି ସେମାନେ ଡିଜିଟାଲ ଗଙ୍ଗା ସ୍ନାନ କରି ପାରିବେ।ଏଥିପାଇଁ ଶ୍ରଦ୍ଧାଳୁ ୫୦୦ଟଙ୍କା ପଠାଇ ନିଜର ଫଟୋ ଓ ହ୍ବାଟସଆପ କରିବାକୁ ହେବ । ଯାହାର ପ୍ରିଣ୍ଟ ବାହାର କରାଯାଇ ଗଙ୍ଗାରେ ଭସାଇ ଦିଆଯିବ। ଗଙ୍ଗାରେ ଯେଉଁ ଲୋକଙ୍କ ନାମ ଥିବା ପ୍ରିଣ୍ଟ ଭସାଯିବ ଉକ୍ତ ଲୋକଙ୍କୁ  ପୁର୍ଣ୍ଣ୍ୟ ମିଳିଯିବ।’

ଏହି କ୍ରମରେ ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର, ଏବଂ ଜିଲ୍ଲା ପ୍ରଶାସନ ମହାକୁମ୍ଭ ମେଳାକୁ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ଖବର ପ୍ରଚାର ହେଉଛି । ମହାକୁମ୍ଭ ମେଳାର ଅବଧି ବୃଦ୍ଧକୁ ନେଇ ଶ୍ରଦ୍ଧାଳୁ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି।

ଏହି ପ୍ରସଙ୍ଗରେ ପ୍ରୟାଗରାଜର ଡିଏମ୍ ରବିନ୍ଦ୍ର ମାନ୍ଦଡ଼ ଏପରି ଗୁଜବକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭାବରେ ଏକ ଗୁଜବ ଖବର ।

ମହାକୁମ୍ଭମେଳାର କାର୍ଯ୍ୟସୂଚୀ ଶୁଭ ସମୟ ଅନୁସାରେ ପ୍ରକାଶିତ ହୁଏ ଏବଂ ଏହାକୁ ପୂର୍ବରୁ ହିଁ ସ୍ଥିର କରାଯାଏ। ମହାକୁମ୍ଭ ୨୬ ଫେବୃଆରି ଦିନ ନିର୍ଦ୍ଧାରିତ ତାରିଖରେ ସମାପ୍ତ ହେବ । ସେପର୍ଯ୍ୟନ୍ତ ମହାକୁମ୍ଭକୁ ଆସୁଥିବା ସମସ୍ତ ଶ୍ରଦ୍ଧା୍ଳୁଙ୍କ ସୁରକ୍ଷା ପ୍ରତି ପ୍ରଶାସନ ଯତ୍ନଶୀଳ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଭକ୍ତଙ୍କ ସୁବିଧା ଏବଂ ବ୍ୟବସ୍ଥା ପ୍ରତି ପୂର୍ଣ୍ଣ ଧ୍ୟାନ ଦିଆଯାଉଛି। ମେଳାର ତାରିଖ ବୃଦ୍ଧି କରିବା ପାଇଁ ସରକାର ଏବଂ ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତାବ ନଥିବାରୁ ସେ ଭକ୍ତମାନଙ୍କୁ କୌଣସି ପ୍ରକାରର ଗୁଜବ ଉପରେ ଧ୍ୟାନ ନଦେବାକୁ ନିବେଦନ।  କୁମ୍ଭମେଳାର ବାକି ଥିବା ଦିନଗୁଡ଼ିକ ପାଇଁ ଶ୍ରଦ୍ଧାଳୁଙ୍କ ସ୍ନାନ ପାଇଁ ବ୍ୟବସ୍ଥା ଜାରି ରହିଛି।