ପ୍ରୟାଗରାଜ: ଦୀର୍ଘ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇଥିବା ବେଳେ ଏହା ଏକ ବିରାଟ ରେକର୍ଡ । ବିଶାଳ ଧାର୍ମିକ ସମାବେଶ ଭାରତରେ ପ୍ରଥମ ଥର ଦେଖିଥିବାକୁ ମିଳିଥିବା ବେଳେ ମହାକୁମ୍ଭ ତିନୋଟି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ସାକ୍ଷୀ ସାଜିଛି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାକୁମ୍ଭକୁ ‘ବିଶ୍ୱ ଇତିହାସରେ ଅଦୃଶ୍ୟ ଏବଂ ପ୍ରକୃତରେ ଅବିସ୍ମରଣୀୟ” ବୋଲି କହିଛନ୍ତି। ସେ ଏହି ମହାନ ସଫଳତାକୁ ସାଧୁ, ସନ୍ଥ, ଶ୍ରଦ୍ଧାଳୁ ଏବଂ ଧାର୍ମିକ ନେତାଙ୍କ ଆଶୀର୍ବାଦ ବୋଲି କହିଛନ୍ତି ।
ମହାକୁମ୍ଭ ୬ଟି ସ୍ନାନ ତାରିଖର ସାକ୍ଷୀ ରହିଛି - ଜାନୁଆରୀ ୧୩ରେ ପୁଷ ପୂର୍ଣ୍ଣିମା, ଜାନୁୟାରୀ ୧୪ରେ ମକର ସଂକ୍ରାନ୍ତି, ଜାନୁୟାରୀ ୨୯ରେ ମୌନୀ ଅମାବାସ୍ୟା, ଫେବୃଆରୀ ୩ରେ ବସନ୍ତ ପଞ୍ଚମୀ, ଫେବୃଆରୀ ୧୨ରେ ମାଘ ପୂର୍ଣ୍ଣିମା ଏବଂ ଫେବୃଆରୀ ୨୬ରେ ମହାଶିବରାତ୍ରି ଏବଂ ଏହାରି ଭିତରେ ତିନୋଟି 'ଅମୃତ ସ୍ନାନ' ଅନ୍ତର୍ଭୁକ୍ତ ଅଛି ।
ତେବେ ମହାକୁମ୍ଭରେ ଅନେକ କିଛି କଥା ଅଛି ଯାହା ରେକର୍ଡ କରିଛି
-୪ଟି ବିଭିନ୍ନ ସ୍ଥାନରେ ୧୫ ହଜାର ସଫେଇ କର୍ମୀଙ୍କୁ ନେଇ ସ୍ବଚ୍ଛତା ଅଭିଯାନ ଏଥର ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କରିଛି ।
-୭୦ଟି ଦେଶ ଏବଂ ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକଙ୍କୁ ନେଇ ବିଶାଳ ହାତ ତିଆରି ଚିତ୍ର
-୨୦୧୯ରେ ଆୟୋଜିତ କୁମ୍ଭମେଳାରେ ଅଳ୍ପ ଲୋକ ଏକତ୍ରିତ ହୋଇଥିଲେ ମାତ୍ର ଚଳିତ ଥର କୋଟି କୋଟି ଭକ୍ତ ବିଶ୍ୱ ରେକର୍ଡ ସୃଷ୍ଟି କରିବାରେ ସହାୟ ହୋଇଛି
-୫୦ ଲକ୍ଷରୁ ଅଧିକ ବିଦେଶୀ ମହାକୁମ୍ଭ ପରିଦର୍ଶନ କରି ପବିତ୍ର ବୁଡ଼ ପକାଇଛନ୍ତି ।
-ଚଳିତ ବର୍ଷ ମହାକୁମ୍ଭ ପରିଦର୍ଶନ କରୁଥିବା ଭକ୍ତଙ୍କ ସଂଖ୍ୟା ଆମେରିକା, ଚୀନ୍, ଋଷିଆ ଏବଂ ଅନ୍ୟାନ୍ୟ ଦେଶର ଜନସଂଖ୍ୟାକୁ ଅତିକ୍ରମ କରିଛି ।
-ମହାକୁମ୍ଭ ପାଇଁ ୧୬,୦୦୦ରୁ ଅଧିକ ଟ୍ରେନ୍ ଚଳାଚଳ କରିଥିଲା ଯାହା ପ୍ରାୟ ପାଞ୍ଚ କୋଟି ଭକ୍ତଙ୍କୁ ତୀର୍ଥଯାତ୍ରାକୁ ନେଇଥିଲା