ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ ମଧ୍ୟରୁ ଉଦ୍ଧାର ହେଲେ ସମସ୍ତ ୭୦୦ ଯାତ୍ରୀ; ସ୍ୱତନ୍ତ୍ର ଟ୍ରେନ୍‌ରେ ଗଲେ କୋହ୍ଲାପୁର

ମୁମ୍ବାଇ: ଶେଷରେ ଦୀର୍ଘ ୧୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବର୍ଷା ଜଳ ଘେରରେ ଫସି ଯାଇଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ ମଧ୍ୟରୁ ଅଟକ ରହି ଯାଇଥିବା ସମସ୍ତ ୭୦୦ ଯାତ୍ରୀଙ୍କୁ ସଫଳତା ପୂର୍ବକ ଉଦ୍ଧାର କରାଯାଇଛି। ପରେ ସମସ୍ତ ଉଦ୍ଧାର ଯାତ୍ରୀଙ୍କୁ କଲ୍ୟାଣ ରେଳ ଷ୍ଟେସନରୁ ଏକ ୧୯ କୋଚ୍‌ ବିଶିଷ୍ଟ ସ୍ୱତନ୍ତ୍ର ଟ୍ରେନ୍‌ରେ କୋହ୍ଲାପୁର ପଠା ଯାଇଥିବା ଜାଣିବାକୁ ମିଳିଛି।

ଉଳ୍ଲେଖଯୋଗ୍ୟ ପ୍ରବଳ ବର୍ଷା ଫଳରେ ଅଣ୍ଟାଏ ଊଚ୍ଚର ବର୍ଷାଜଳ ରେଳ ଧାରଣା ଉପରକୁ ଚାଲି ଆସବା ଫଳରେ ସେଇ ଧାରଣା ଉପର ଦେଇ ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ ମହାରାଷ୍ଟ୍ରର ଥାନେ ଜିଲ୍ଲା ଅନ୍ତର୍ଗତ ଚାମତୋଲି ନିକଟରେ ଆଉ ଆଗକୁ ନଯାଇ ପରି ବର୍ଷା ଜଳ ଘେରରେ ଫସି ଯିବା ସହ ଧାରଣା ଉପରେ ଗତ ରାତି ୩ଟା ଠାରୁ ଅଟକି ରହିଥିଲା। ଏହି ଟ୍ରେନ୍‌ରେ ୭୦୦ ଯାତ୍ରୀ ରହିଥିଲେ। ଟ୍ରେନ୍‌ ମଧ୍ୟରେ ଅଟକ ରହିଯାଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଏନ୍‌ଡିଆର୍‌ଏଫ୍‌, ନୌସେନା, ବାୟୁସେନା ଓ ଆରପିଏଫ୍‌ର ପକ୍ଷରୁ ଏକ ବଡ଼ ଧରଣର ଅପରେସନ୍‌ ଆରମ୍ଭ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ଉଦ୍ଧାରକାଳୀ ଦଳ ଦିନ ଗୋଟାଏ ସୁଦ୍ଧା ଅଟକ ଟ୍ରେନ୍‌ ମଧ୍ୟରୁ ୯ ଜଣ ଗର୍ଭବତୀ ମହିଳା ଯାତ୍ରୀଙ୍କ ସମେତ ୫୦୦ ଯାତ୍ରୀଙ୍କ ଉଦ୍ଧାର ପରେ। ପରେ ଦିନ ସାଢ଼େ ତିନିଟା ସୁଦ୍ଧା ଟ୍ରେନ୍‌ ମଧ୍ୟରେ ରହିଥିବା ଅବଶିଷ୍ଟ ୨୦୦ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ଉଦ୍ଧାରକାରୀ ଦଳ।

ସମ୍ବନ୍ଧିତ ଖବର