ନୂଆଦିଲ୍ଲୀ: ମହାନଦୀ ଜଳ ଆବଣ୍ଟନ ମାମଲାରେ ସୋମବାର କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟଙ୍କୁ ଜଣାଇଛନ୍ତିି ଯେ, ନଭେମ୍ବର ୧୯ ପୂର୍ବରୁ ଟ୍ରିବ୍ୟୁନାଲ୍ ଗଠନ ଲାଗି ବିଜ୍ଞପ୍ତି ପ୍ରକାଶ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ବୟାନକୁ ସର୍ବୋଚ୍ଚ ଅଦାଲତ ନଥିଭୁକ୍ତ କରିଛନ୍ତି। ଅନ୍ୟ ପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା କି ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ଯେଉଁ ସବୁ ପ୍ରକଳ୍ପ ନିର୍ମାଣ କରିଛନ୍ତି ,ତାହାକୁ ବନ୍ଦ୍ କରିବା ଲାଗି ନିର୍ଦ୍ଦେଶ ଦିଆଯାଉ। ତେବେ ଏହି ଯୁକ୍ତିକୁ ଅଦାଲତ ଗ୍ରହଣ କରି ନାହାନ୍ତି । ଯେହେତୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍ ଗଠନ କରିବା ଲାଗି ନିର୍ଦ୍ଦିଷ୍ଟ ପଦକ୍ଷପ ନେଇ ସାରିଛନ୍ତ,ତେଣୁ ଏହାର ଆବଶ୍ୟକତା ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ କି ମହାନଦୀ ଉପରମୁଣ୍ଡରେ ବହୁ ଜଳ ପ୍ରକଳ୍ପ ଛତିଶଗଡ଼ ସରକାର ନିର୍ମାଣ କରିବା ପରେ ଓଡ଼ିଶା ମହାନଦୀରୁ ଯେତିକି ଜଳ ପାଇବା କଥା ତାହା ପାଇପାରୁନାହିଁ।ଏ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ନିଷ୍ଫଳ ହେବାପରେ ଜଳ ବିବାଦର ସମାଧାନ ଲାଗି ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍ ଗଠନ ଦାବିରେ ଓଡ଼ିଶା ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/supreme-court_7f9c8246-c2c5-11e6-913d-826c0833a15d-1.jpg)