ମହାନଦୀ ଜଳ ବିବାଦ : ଓଡ଼ିଶା ଓ ଛତିଶଗଡ଼ର ଅଧିକାରୀ ଓ ବୈଷୟିକ ବିଶେଷଜ୍ଞଙ୍କ ବୈଠକ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦର ଶୁଣାଣି ଲାଗି ଗଠିତ ଟ୍ରିବ୍ୟୁନାଲ୍‌ ଗତ ଫେବୃଆରି ୯ ତାରିଖରେ ଓଡ଼ିଶା ଓ ଛତିଶଗଡ଼କୁ ଅପୋଷ ଆଲୋଚନା ମାଧ୍ୟମରେ ଜଳ ଆବଣ୍ଟନ ସମସ୍ୟାର ସମାଧାନର ସୂତ୍ର ବାହାର କରିବାକୁ ପରାମର୍ଶ ଦେଇଥିଲେ। ଏହି ପରାମର୍ଶ ଅନୁଯାୟୀ ସୋମବାର ସୁପ୍ରିମ୍‌କୋର୍ଟ ନିକଟରେ ଥିବା ଏମ୍‌.ସି.ସିତାଲଭାଡ୍‌ ଲୟର୍ସ ଚାମ୍ବରରେ ଓଡ଼ିଶା ଓ ଛତିଶଗଡ଼ର ଜଳସଂପଦ ବିଭାଗ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଦୁଇ ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରେ ଅଲୋଚନା ଚାଲିଥିଲା। ଓଡ଼ିଶା ପକ୍ଷରୁ ଅଣ-ମୌସୁମୀ ସମୟରେ ମହାନଦୀକୁ ୧.୭୬ ଏମଏଏଫ୍‌ ଜଳ ଛତିଶଗଡ଼ ଛାଡ଼ିବାକୁ ଦାବି କରାଯାଇଥିଲା। ଏହି ବୈଠକରେ ନିଷ୍କର୍ଷ ସଂପର୍କରେ ଟ୍ରିବ୍ୟୁନାଲ୍‌ଙ୍କୁ ଅବଗତ କରାଯିବ ବୋଲି ବୈଠକ ପରେ ସୂଚନା ଦେଇଥିଲେ ଜଳସଂପଦ ସଚିବ ପ୍ରଦୀପ ଜେନା।

ସମ୍ବନ୍ଧିତ ଖବର