ମହାନଦୀ ଜଳ ବିବାଦ: ଟିବ୍ୟୁନାଲ ଗଠନ ପ୍ରସ୍ତାବ କ୍ୟାବିନେଟ୍‌ ମଂଜୁରି ପାଇଁ ଆସିବ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବ ଅନୁମୋଦନ ପାଇଁ ଆସିବା ସମ୍ଭାବନା ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସୂତ୍ର ଅନୁସାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିବାକୁ ଗତମାସରେ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେବାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ କ୍ୟାବିନେଟ ନୋଟ୍‌ ପ୍ରସ୍ତୁତ କରାଯାଇଛି। ଆସନ୍ତା ସପ୍ତାହରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ପାଇଁ ଏହି ଚିଠା ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି । ଗୋଟିଏ ମାସରେ ଟ୍ରିବ୍ୟୁନାଲ ଗଠନ କରିବାକୁ ଗତମାସରେ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେବାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ କ୍ୟାବିନେଟ ନୋଟ୍‌ ପ୍ରସ୍ତୁତ କରାଯାଇଥିଲା। ଗୋଟିଏ ମାସରେ ଟ୍ରିବ୍ୟୁନାଲ ଗଠନ କରିବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଫେବ୍ରୁଆରି ୨୨ ତାରିଖରେ ଶେଷ ହେଉଥିବା ବେଳେ ଆସନ୍ତା ସପ୍ତାହରେ ଏହା କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିବା ସମ୍ଭାବନା ରହିଛି । ଗୋଟିଏ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କୋର୍ଟ ନିର୍ଦ୍ଦେଶ ଦେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖି ଏହାର ଅନୁପାଳନ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧିତ ଖବର