ମହାନଦୀ ଟ୍ରିବ୍ୟୁନାଲଙ୍କ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ, : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ଆସନ୍ତାକାଲିର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଛତିଶଗଡ଼ ବୈଷୟିକ ଦଳର ଅଧିକାଂଶ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଟ୍ରିବ୍ୟୁନାଲ ଶୁଣାଣିକୁ ସ୍ଥଗିତ ଘୋଷଣା କରିଛନ୍ତି। ସୂଚନା ଅନୁସାରେ, ଛତିଶଗଡ଼ ବୈଷୟିକ ଦଳର ଅଧିକାଂଶ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ନେଇ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲଙ୍କୁ ପତ୍ର ଲେଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମାମଲାର ଶୁଣାଣିକୁ କିଛି ସପ୍ତାହ ଘୁଞ୍ଚାଇ ଦେବା ପାଇଁ ଅନୁରୋଧ କରାଯାଇ ଥିଲା। ତେବେ ଅଧିକ ସପ୍ତାହ ମାମଲାର ଶୁଣାଣିକୁ ସ୍ଥଗିତ ନ ରଖି ଟ୍ରିବ୍ୟୁନାଲ କେବଳ ଗୋଟିଏ ସପ୍ତାହ (ଆସନ୍ତାକାଲି)ର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୨କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର