ବିରୋଧ କରୁକରୁ ସତ ମାନିଗଲା ଛତିଶଗଡ଼ : ଚାଷୀଙ୍କ ରାସ୍ତାରେ ଶିଳ୍ପପତି କଣ୍ଟା

୬ଟି ବ୍ୟାରେଜ୍‌ରେ ୧୬୦୦କୋଟି ଖର୍ଚ୍ଚ ହୋଇଛି
ଶିଳ୍ପପତିଙ୍କ ସହିତ ବୁଝାମଣା କରିଛନ୍ତି ସରକାର
ରହିତାଦେଶ ହେଲେ କ୍ଷତିପୂରଣ ଦେବାକୁ ପଡ଼ିବ
ଓଡ଼ିଶାର ଦୋଷ ତ୍ରୁଟି ମଧ୍ୟ ସାମ୍ନାକୁ ଆସିଲା

ନୂଆଦିଲ୍ଲୀ : ମହାନଦୀ ମହାବିବାଦର ଆପୋସ ସମାଧାନ ବିଫଳ ହୋଇଛି। ଅଧିକାରୀସ୍ତରୀୟ ଓ ବୈଷୟିକ ବିଶେଷଜ୍ଞସ୍ତରରେ ଦୁଇ ଦୁଇ ଥର ଆଲୋଚନା ପରେ ଛତିଶଗଡ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସହମତି ହୋଇପାରିନାହିଁ।

ଠିକ୍ ଏମିତି ସମୟରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ୪୫ ପୃଷ୍ଠାର ଲିଖିତ ସତ୍ୟପାଠ ଦାଖଲ କରିଛି ଛତିଶଗଡ଼। ଏଥିରେ ଛତିଶଗଡ଼ ସରକାର ଏକ ବଡ଼ ସତ ମାନିଛନ୍ତି। ଯେଉଁ ସତକୁ ରମଣ ସିଂହ ସରକାର ଫାଙ୍କି ଆସୁଥିଲେ, କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ ସେକଥା ମାନିଯାଇଛନ୍ତି। ବାସ୍ତବରେ ମହାନଦୀର ଜଳ ଅଭାବ ପଛରେ ଶିଳ୍ପପତିଙ୍କୁ ସନ୍ତୁଷ୍ଟ କରିବାର ଯେଉଁ ଚାପ ରହିଛି ବୋଲି ଅଭିଯୋଗ ହେଉଥିଲା, ତାହା ଅମୂଳକ ନୁେହଁ। ଛତିଶଗଡ଼ ସରକାର ମହାନଦୀ ଟ୍ରିବ୍ୟୁନାଲରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ସେଥିରେ ଦାଖଲ କରିଥିବା ତଥ୍ୟ ଏହି ସତ୍ୟକୁ ପଦାକୁ ଟାଣିଆଣିଛି। ଅନ୍ୟପକ୍ଷରେ ଛତିଶଗଡ଼ ସରକାର ଏହି ଆଳରେ ମହାନଦୀ େକ୍ଷତ୍ରରେ ଓଡ଼ିଶା ସରକାରଙ୍କ ଦୋଷ ତ୍ରୁଟି ଓ ଛିଦ୍ରକୁ ସାମ୍ନାକୁ ଆଣି ନିଜ ସପକ୍ଷରେ ଟ୍ରିବ୍ୟୁନାଲଙ୍କ ସାମ୍ନାରେ ଯଥେଷ୍ଟ ଯୁକ୍ତି ରଖିଛନ୍ତି।

ଗତ ୯ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଓଡ଼ିଶା ଓ ଛତିଶଗଡ଼କୁ ସେମାନଙ୍କର ଯୁକ୍ତି ଲିଖିତ ସତ୍ୟପାଠ ଆଧାରରେ ଦେବା ଲାଗି ନିର୍ଦେଶ ଦେଇଥିଲେ। ଏହାସହିତ ଟ୍ରିବ୍ୟୁନାଲ ଆେପାସ ବିଚାରବିମର୍ଶ ଜରିଆରେ ମାମଲାର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାର ପରବର୍ତୀ ଶୁଣାଣି ମାର୍ଚ ୯ ତାରିଖ ହେବ। ସେଦିନ ଟ୍ରିବ୍ୟୁନାଲ ଅନ୍ତରୀଣ ଆେଦଶ ଶୁଣାଇପାରନ୍ତି। ଏଣୁ ଛତିଶଗଡ଼ର ଏହି ତଥ୍ୟ ମାମଲାର ଗମ୍ଭୀରତାକୁ ବଢାଇ ଦେଇଛି।

ଉଲ୍ଲେଖଯୋଗ୍ୟ, ସତ୍ୟପାଠରେ ଛତିଶଗଡ଼ ସରକାର ମାନିଛନ୍ତି େଯ ମହାନଦୀ ଉପରେ େଯଉଁ ୬ଟି ବ୍ୟାରେଜ୍ ନିର୍ମାଣ କରାଯାଇଛି, ସେଥିରେ ପାଖାପାଖି ୧୬୦୦ େକାଟି ଟଙ୍କା ବିନିେଯାଗ େହାଇଛି। ରାଜ୍ୟ ସରକାର ଶକ୍ତି ଉତ୍ପାଦନକାରୀ କଂପାନିମାନଙ୍କୁ ନିରବଚ୍ଛିନ୍ନ ଭାବେ ଜଳ େଯାଗାଇବା ପାଇଁ ଛତିଶଗଡ଼ ସରକାର ବୁଝାମଣା ସ୍ବାକ୍ଷର କରିଛନ୍ତି। ଯଦି ଟ୍ରିବ୍ୟୁନାଲ ଏସବୁ ପ୍ରକଳ୍ପ ଉପରେ େରାକ୍ ଲଗାନ୍ତି, ତେବେ ରାଜ୍ୟ ଉପରେ କ୍ଷତିପୂରଣ ପୈଠ ଭଳି ବଡ଼ ବୋଝ ପଡ଼ିବ। କେବଳ ସେତିକି ନୁହେଁ, ଏହା ରାଜ୍ୟରେ ବେରୋଜଗାର ସୃଷ୍ଟି କରିବ ଓ ନିେବଶକାରୀଙ୍କ ମନୋବଳକୁ ବି ଭାଙ୍ଗିଦେବ। ଏହାଦ୍ବାରା ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡିବ। କୌଣସି ଅନ୍ତରୀଣ ଆଦେଶ ଜାରି ନ କରିବା ଲାଗି ଅନୁେରାଧ କରି ଛତିଶଗଡ଼ ସରକାର ଦର୍ଶାଇଛନ୍ତି, ଏହାଦ୍ବାରା ବ୍ୟାରେଜଗୁଡିକ କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ସୃଷ୍ଟି େହବ।

ଓଲଟା ଓଡ଼ିଶା ଉପରେ େଦାଷ ଲଦି ଛତିଶଗଡ଼ କହିଛି, ହୀରାକୁଦ ଡ୍ୟାମ ନିର୍ମାଣ େଯାଗୁଁ ଓଡ଼ିଶା ଲାଭବାନ େହାଇଛି। ଏଥିରେ ଛତିଶଗଡ଼ର ହିଁ େକବଳ କ୍ଷତି େହାଇଛି। ଅଣ ମୌସୁମୀ ସମୟରେ ଓଡ଼ିଶା ୬୧ଟି ଶିଳ୍ପସଂସ୍ଥାକୁ ଉପଯୁକ୍ତ ପରିମାଣର ଜଳ େଯାଗାଣ କରୁଛି। ଏହା ଜାତୀୟ ଜଳ ନୀତିକୁ ବିେରାଧାଚରଣ କରୁଛି। କାରଣ ଏହି ନୀତି ଅନୁସାରେ, ଅଣମୌସୁମୀ ସମୟରେ ଜଳ େଯାଗାଇବା ପ୍ରାଥମିକତା ନୁହେଁ।

ଛତିଶଗଡ଼ ସରକାର ଦର୍ଶାଇଛନ୍ତି, ହୀରାକୁଦ ଡ୍ୟାମର ବିସ୍ତୃତ ପ୍ରକଳ୍ପ ରିେପାର୍ଟ ଆନ୍ତଃରାଜ୍ୟ ମହାନଦୀ ଜଳବଣ୍ଟନକୁ େନଇ ବୁଝାମଣାପତ୍ର ରୂପେ ଗ୍ରହଣ କରାଯାଇପାରିବ ନାହିଁ। ୧୯୪୫ ନଭେମ୍ବର ୮ ତାରିଖରେ କଟକରେ େହାଇଥିବା ସମ୍ମିଳନୀରେ ମହାନଦୀର କ୍ଷମତାକୁ ଯାଞ୍ଚ କରାଯିବାକୁ ସହମତି େହାଇଥିଲା। ହେଲେ ମହାନଦୀ ଜଳର ବିଭାଜନକୁ େନଇ କୌଣସି ପ୍ରକାର ବୁଝାମଣା ହୋଇନଥିଲା। ସେହିଭଳି ଓଡ଼ିଶା ସରକାର ପକ୍ଷଭୁକ୍ତ ରାଜ୍ୟମାନଙ୍କ ମଧ୍ୟରେ କୌଣସି ଆନ୍ତଃରାଜ୍ୟ ବୁଝାମଣା ନଥିବା ମାନିଯାଇଛି। ୨୦୦୦ ମସିହା ଜୁଲାଇ ୭ରେ ଓଡ଼ିଶା ସରକାର ତତ୍କାଳୀନ େକନ୍ଦ୍ର ଜଳସଂପଦ ମନ୍ତ୍ରୀ ଅର୍ଜୁନ ଚରଣ େସଠୀଙ୍କୁ େଲଖିଥିବା ଏକ ପତ୍ର ଏଭଳି ସୂଚାଉଛି। ଏହାବ୍ୟତୀତ ଓଡ଼ିଶା ସରକାରଙ୍କ ଜଳସଂପଦ ବିଭାଗ ୨୦୦୮-୦୯ ଓ ୨୦୧୪-୧୫ ବାର୍ଷିକ ରିେପାର୍ଟରେ ମହାନଦୀ ଜଳକୁ େନଇ ଆନ୍ତଃରାଜ୍ୟ ବୁଝାମଣା ନଥିବା ସ୍ବୀକାର କରିଛି। ଏସବୁ ତଥ୍ୟ ରଖିବା ସହିତ ଓଡ଼ିଶା ସରକାର ବର୍ତମାନ ଟ୍ରିବ୍ୟୁନାଲରେ ଭିନ୍ନ ଯୁକ୍ତି ରଖୁଛନ୍ତି େବାଲି ଛତିଶଗଡ଼ ଅଭିେଯାଗ କରିଛି।

ସତ୍ୟପାଠରେ କୁହାଯାଇଛି, ବସନ୍ତପୁର ଗଜ୍ ସାଇଟ୍େର କରାଯାଇଥିବା ଆକଳନ ସୂଚାଉଛି େଯ ଅରପା ବଇଁସାଝାରା ପ୍ରକଳ୍ପରେ ୧୬୪ ମିଲିୟନ କ୍ୟୁବିକ୍ ଫୁଟ୍ ଜଳର ବ୍ୟବହାର କାରଣରୁ ହୀରାକୁଦ ଉପରେ କିଛି ବି ପ୍ରଭାବ ପଡୁନାହିଁ। ଏମିତିରେ ବି ଓଡ଼ିଶା ସରକାର ଏହି ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ ମହାନଦୀ ଟ୍ରିବ୍ୟୁନାଲରେ ଏ ଦାବି ସେମାେନ ଉଠାଇନାହାନ୍ତି। ହୀରାକୁଦ ଡ୍ୟାମର ଲାଭଇ େଷ୍ଟାରେଜ କ୍ଷମତା ପାଖାପାଖି ୫.୪ ବିଲିୟନ୍ କ୍ୟୁବିକ୍ ମିଟର। ଏହାକୁ ମୌସୁମୀ ସମୟରେ ତିନି ଥର ଭର୍ତି କରାଯାଇପାରିବ। ଏଣୁ ଅଣମୌସୁମୀ ସମୟରେ ହୀରାକୁଦ ଡ୍ୟାମ୍ ଜଳ‌େସ୍ରାତ ହ୍ରାସ ପାଇବା ଅଭିେଯାଗ ଠିକ୍ ନୁେହଁ େବାଲି ସତ୍ୟପାଠରେ କୁହାଯାଇଛି। େକନ୍ଦ୍ରୀୟ ଜଳ ଆେୟାଗ େଯଉଁ ଆକଳନ କରିଥିଲେ, େସଥିରେ ମଧ୍ୟ ଜଳପ୍ରଭାବ ହ୍ରାସ ପାଇବା ଭଳି କିଛି ବି ପରିଲକ୍ଷିତ େହାଇନାହିଁ େବାଲି ଦାବି େହାଇଛି।

ଛତିଶଗଡ଼ ସରକାର ଆହୁରି ଅଭିେଯାଗ କରିଛନ୍ତି, ଓଡ଼ିଶା ସରକାର ୧୨.୨୮ ମିଲିୟନ୍ କ୍ୟୁବିକ୍ ଫୁଟରୁ ଅଧିକ ଜଳ ବ୍ୟବହାର କରୁଛନ୍ତି। ଛତିଶଗଡରେ ହୋଇଥିବା ୬ଟି ବ୍ୟାରେଜ କ୍ଷମତା କେବଳ ୨୨ହଜାର ମିଲିୟନ କ୍ୟୁବିକ୍ ଫୁଟ। ଏଭଳି ପରିସ୍ଥିତିରେ ଓଡ଼ିଶା ଦାବିର କୌଣସି ଯଥାର୍ଥତା ବା ଗୁରୁତ୍ବ ନାହିଁ।

ଓଡ଼ିଶାରେ ମହାନଦୀରେ ଜଳାଭାବ େଯାଗୁଁ ୧୫ଟି ଜିଲ୍ଲାର ଚାଷୀ ନାହିଁ ନଥିବା ଦୁର୍ଦଶା ଭିତରକୁ େଠଲି େହାଇଯାଉଛନ୍ତି। ଜୈବ ବିବଧତା ଉପରେ ଏହାର ଭୀଷଣ ପ୍ରଭାବ ପଡ଼ିବ େବାଲି କୁହାଯାଉଛି। ଅର୍ଥାତ୍ ଶିଳ୍ପପତିଙ୍କ ସ୍ବାର୍ଥ ପାଇଁ ଚାଷୀଙ୍କ ସ୍ବାର୍ଥ ବାଜି ଲାଗିଛି, ଏକଥା ଏେବ ଧୀରେଧୀରେ ପଦାକୁ ଆସିଲାଣି।

ସମ୍ବନ୍ଧିତ ଖବର