ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର ଗୋଲ ଟେବୁଲ ବୈଠକ ହେବ। ବୈଠକ ପରେ ୨୯ ତାରିଖରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ। ବୈଠକରେ ଅଧ୍ୟକ୍ଷତା କରିବେ ଜଳ ମାନବ ଡ. ରାଜେନ୍ଦ୍ର ସିଂହ।
ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଟ୍ରେନ୍ ଯୋଗେ ରାୟପୁର ଗସ୍ତ କରିଛନ୍ତି। ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ସଚ୍ଚି ପ୍ରଧାନ, ଅଶୋକ ପ୍ରଧାନ, ଅର୍ଜୁନ ଚରଣ ସାମନ୍ତରାୟ ପ୍ରମୁଖ ଏହି ପ୍ରତିନିଧି ଦଳରେ ରାୟପୁର ଗସ୍ତ କରିଛନ୍ତି।
ମହାନଦୀ ବଞ୍ଚାଅ ଆନ୍ଦୋଳନ, ଛତିଶଗଡ ନଦୀ ଘାଟି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜଳ ସହଯୋଗୀ ଆଦି ନଦୀ ଓ ଜଳକୁ ନେଇ ଜାତୀୟ ଓ ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ସଂଗଠନ ଗୁଡ଼ିକ ଏହି ଗୋଲ ଟେବୁଲ ବୈଠକ ଆୟୋଜନ କରୁଛନ୍ତି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ମୁଖପାତ୍ର ପ୍ରସନ୍ନ ବିଷୋୟୀ ଗଣମାଧ୍ୟମକୁ କହିଛନ୍ତି। ମହାନଦୀ ଉଭୟ ଓଡ଼ିଶା ଏବଂ ଛତିଶଗଡ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଜୀବନରେଖା।
ଓଡ଼ିଶାରେ ସମୁଦ୍ରକୁ ଭେଟିବା ପୂର୍ବରୁ ୯୦୦ କିଲୋମିଟର ବ୍ୟାପିଛି। ଏହି ନଦୀ ଭାରତର ଜଳବାୟୁକୁ ସନ୍ତୁଳିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାବେଳେ ଉଭୟ ରାଜ୍ୟର ସଂସ୍କୃତି, ସାହିତ୍ୟ, ଅର୍ଥନୀତି, ପରିବେଶ ଏବଂ ସମୃଦ୍ଧତାକୁ ବଜାୟ ରଖିଛି। ମହାନାଦୀ ଅବବାହିକା ଏବେ ସଙ୍କଟର ସମ୍ମୁଖୀନ ହୋଇଛି। ବିଶେଷ କରି ଅଣ ମୌସୁମୀ ସମୟରେ ଜଳ ଉପଲବ୍ଧତା ହ୍ରାସ ପାଇଛି । ବ୍ୟାପକ ଶିଳ୍ପାୟନ ନଦୀର ଇକୋସିଷ୍ଟମକୁ କ୍ଷତି ପହଞ୍ଚାଇବା ସହ ସଙ୍କଟ ବଢାଇ ଦେଇଛି । ବର୍ଷ ବର୍ଷ ଧରି ଓଡ଼ିଶା ଏବଂ ଛତିଶଗଡ ମହାନଦୀକୁ ନେଇ ଜଳ ବଣ୍ଟନ ବିବାଦରେ ଲାଗି ରହିଛନ୍ତି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ଉଭୟ ରାଜ୍ୟର ସାମୂହିକ ଭାବନା ଆବଶ୍ୟକ କରୁଛି। ସମାଧାନ ଖୋଜିବାରେ ସରକାର ଓ଼ କର୍ତ୍ତୃପକ୍ଷଙ୍କୁ ସହାୟତା କରିବା ପାଇଁ ନଦୀ ବିଶେଷଜ୍ଞଙ୍କ ସକ୍ରିୟ ଅଂଶଗ୍ରହଣ ଏକାନ୍ତ ଆବଶ୍ୟକ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିକଟରେ ଉଭୟ ରାଜ୍ୟ ସହ କଥାବାର୍ତ୍ତା ଆରମ୍ଭ କରିଛି ଏବଂ ଜଲ ଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶନାରେ ସରକାର ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ପ୍ରକ୍ରିୟାକୁ ଅଗ୍ରଗତି କରିବାକୁ, ମହାନଦୀ ସଙ୍କଟ ଏବଂ ଜଳ ବିବାଦ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।
ମହାନଦୀ ସଙ୍କଟ ଏବଂ ଜଳ ବିବାଦ ଉପରେ ଏହି ଆଲୋଚନା ଅଗଷ୍ଟ ୨୮ ଗୁରୁବାର ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରାୟପୁରର ମାୟାରାମ ସୁରଜନ ଲୋକାୟନ ହଲ୍, ରାଜବନ୍ଧ ମଇଦାନ ଠାରେ ଜଳପୁରୁଷ ରାଜେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହି ଆଲୋଚନାର ନିଷ୍କର୍ଷ ଜଳ ବିବାଦର ସମାଧାନ ତଥା ନଦୀର ଇକୋସିଷ୍ଟମ ଉଭୟ ରାଜ୍ୟର ଅର୍ଥନୀତି ଏବଂ ପରିବେଶ ସନ୍ତୁଳନକୁ ଦୃଢ଼ୀଭୁତ କରିବା ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଟ୍ରିବ୍ୟୁନାଲରେ ଦାଖଲ ପାଇଁ ଦାବୀ କରାଯିବ। ସୁସମ ଜଳ ବଣ୍ଟନ, ନିରନ୍ତର ପ୍ରବାହ ଏବଂ ଜଳ ଉପଲବ୍ଧତାକୁ ସମାଧାନ କରିବା ଗୁରୁତ୍ବପୂର୍ଣ୍ଣ ।
Mahanadi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/27/mahanadi-water-dispute-mahanadi-round-table-in-raipur-2025-08-27-22-02-36.jpg)