ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ପ୍ରଥମ ଶୁଣାଣି ଆସନ୍ତାକାଲି ହେବ। ସୁପ୍ରିମ୍ କୋର୍ଟ ବିଚାରପତି ଏ.ଏମ୍. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଟ୍ରିବ୍ୟୁନାଲରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରବି ରଂଜନ ଏବଂ ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦର ମିତ କୌର କୋଚର ସଦସ୍ୟ ଅଛନ୍ତି।
ଆସନ୍ତାକାଲି ଶୁଣାଣିରେ ଓଡ଼ିଶା ପକ୍ଷରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା, ଆଡଭୋକେଟ ଜେନେରାଲ ସୂର୍ଯ୍ୟ ମିଶ୍ର ଉପସ୍ଥିତ ରହିବେ। ଛତିଶଗଡ଼ ସରକାରଙ୍କ ଜଳ ସଂପଦ ବିଭାଗ ସଚିବ ଏବଂ ଆଡଭୋକେଟ ଜେନେରାଲ ମଧ୍ୟ ପ୍ରଥମ ଶୁଣାଣିରେ ଯୋଗ ଦେବେ। ରାଜ୍ୟ ସରକାରଙ୍କ ଦ୍ବାରା ଓଡ଼ିଶାର ପକ୍ଷ ବଳିଷ୍ଠ ରୂପେ ଉପସ୍ଥାପନ କରିବା ପାଇଁ ସୁପ୍ରିମ୍ କୋର୍ଟର ବରିଷ୍ଠ ଆଇନଜୀବୀ ମୋହନ ଭିକାଟାର୍କୀ, ମୁକୁଲ ରୋହତଗି, ମହେଶ ଅଗ୍ରୱାଲ ଓ ଗୁଣିକା ଗୁପ୍ତାଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି।
ଶୁଣାଣି ପୂର୍ବରୁ ଓଡ଼ିଶା ପକ୍ଷରୁ ୭୫୦ ପୃଷ୍ଠା ସମ୍ବଳିତ ଅନ୍ତରୀଣ ଆବେଦନ କରାଯାଇଛି। ଆବେଦନରେ ଛତିଶଗଡ଼ ଦ୍ବାରା ମହାନଦୀ ଉପରମୁଣ୍ଡରେ ବେଆଇନ ନିର୍ମାଣ କରାଯାଉଥିବା ବ୍ୟାରେଜଗୁଡ଼ିକର କାର୍ଯ୍ୟବନ୍ଦ, ଭବିଷ୍ୟତରେ ବିବାଦୀୟ ପ୍ରକଳ୍ପ ନିର୍ମାଣ ପାଇଁ ଛତିଶଗଡ଼କୁ ଅନୁମତି ନଦେବା, ମହାନଦୀରେ ପାଣି ନିୟନ୍ତ୍ରଣ ତଥା ଟ୍ରିବ୍ୟୁନାଲର ଅନ୍ତରୀଣ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ମହାନଦୀ ତଦାରଖ କମିଟି ଗଠନ ନିମନ୍ତେ ନିବେଦନ କରାଯାଇଛି।
ମହାନଦୀ ଜଳବିବାଦ, ଟ୍ରିବ୍ୟୁନାଲର ପ୍ରଥମ ଶୁଣାଣି ଆଜି
/sambad/media/post_attachments/wp-content/uploads/2018/10/SUPREMECOURT-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)