ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ପୁଣିଥରେ ନୂଆ ମୋଡ଼ ଆସିଛି। ଗତ ମାସ ୧୧ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ରାଜ୍ୟମାନଙ୍କ ଦ୍ବାରା ସହମତି ନ ହେବାରୁ ମୂଳ ମାମଲାରେ ସମୁଦାୟ ୩୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ। ହେଲେ ଟ୍ରିବ୍ୟୁନାଲ ଦ୍ବାରା ଚଳିତ ମାସ ତୃତୀୟ ସପ୍ତାହରେ ୩୬ଟି ପ୍ରସଙ୍ଗ ସହିତ ଆଉ ୭ଟି ପ୍ରସଙ୍ଗକୁ ଯୋଡ଼ି ଦିଆଯାଇଛି। ଏ ସମ୍ପର୍କରେ ପକ୍ଷଭୁକ୍ତ ରାଜ୍ୟମାନଙ୍କର ମତାମତ ଲୋଡ଼ାଯାଇଛି। ଟ୍ରିବ୍ୟୁନାଲ ଦ୍ବାରା ଅତିରିକ୍ତ ୭ଟି ପ୍ରସଙ୍ଗରେ ମହାନଦୀର ମୋଟ ଜଳ ପ୍ରବାହ ଭିନ୍ନଭିନ୍ନ ରାଜ୍ୟରେ କେତେ ରହିଛି ଏବଂ ନ୍ୟାୟସଙ୍ଗତ ଆବଣ୍ଟନରେ ଏହାର ପ୍ରାସଙ୍ଗିକତା କେତେ, ବିକଳ୍ପ ଉପାୟରେ ଜଳ ସମ୍ପଦକୁ ନ୍ୟାୟସଙ୍ଗତ ଆବଣ୍ଟନରେ ବିଚାରକୁ ନିଆଯାଇପାରିବକି, ଅବବାହିକାରେ ଜଳର ପ୍ରବାହ, ଭୂଜଳକୁ ରକ୍ଷା କରିବା ପାଇଁ ଜଳବିଦ୍ୟୁତ୍ ଶକ୍ତି ବଦଳରେ ଶକ୍ତି ଉତ୍ପନ୍ନ କରିବାର କିଛି ବିକଳ୍ପ ବ୍ୟବସ୍ଥା ଅଛି କି ନାହିଁ ପ୍ରସଙ୍ଗସବୁ ସାମିଲ ହୋଇଛି। ଚଳିତମାସ ୨୯ରେ ମହାନଦୀ ଜଳବିବାଦର ଶୁଣାଣି ଧାର୍ଯ୍ୟ କରାଯାଇଥିବାବେଳେ ଆଜି ସନ୍ଧ୍ୟା ସୁଦ୍ଧା ପକ୍ଷଭୁକ୍ତ ରାଜ୍ୟମାନଙ୍କ ଦ୍ବାରା ମତାମତ ଟ୍ରିବ୍ୟୁନାଲକୁ ଜଣାଇ ଦିଆଯାଇଛି।
ମହାନଦୀ ଜଳବିବାଦ ମାମଲା : ୩୬ ପ୍ରସଙ୍ଗ ନିର୍ଦ୍ଧାରଣ କରିବା ପରେ ପୁଣି ୭ ପ୍ରସଙ୍ଗକୁ ଯୋଡ଼ିଲେ ଟ୍ରିବ୍ୟୁନାଲ
/sambad/media/post_attachments/wp-content/uploads/2020/08/mahanadi-row.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)