ଅଖାଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ପରଲୋକ; ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ସହ ମିଳିଲା ‘ସୁଇସାଇଡ୍‌’ ନୋଟ

ପ୍ରୟାଗରାଜ:  ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କର ଆଜି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ସୋମବାର ପ୍ରୟାଗରାଜଠାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଗୋଟିଏ ବନ୍ଦ କୋଠରୀ ଭିତରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ । ମୃତଦେହ ନିକଟରୁ ଏକ ପାଞ୍ଚ ପୃଷ୍ଠିଆ ସୁଇସାଇଡ୍‌ ନୋଟକୁ ମଧ୍ୟ ପୁଲିସ୍‌ ଜବତ କରିଛି। ତେବେ ପ୍ରାଥମିକ ତଦନ୍ତକୁ ଦେଖି ଏହାକୁ ଏକ ଆତ୍ମହତ୍ୟା ମାମଲା ବୋଲି କହୁଛି ପୁଲିସ । ପ୍ରୟାଗରାଜ ସ୍ଥିତ ବାଙ୍ଘବରୀ ମଠ ଭିତରୁ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କର ମୃତ୍ୟୁ ପରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଟୁଇଟ୍ କରି ଶୋକପ୍ରକାଶ କରିଛନ୍ତି । ଏଥିସହିତ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତ କିଛି ଦିନ ହେଲା ଅଖାଡା ପରିଷଦ ଭିତରେ ମତଭେଦ ଲାଗି ରହିଥିଲା । ଯାହାକୁ ନେଇ ମହନ୍ତ ନରେନ୍ଦ୍ର ଗିରି କିଛି ଦିନ ହେଲା ଚିନ୍ତାରେ ଥିବା ଦେଖିବାକୁ ମିଳିଥିଲା । ଏହାପରେ ଆଜି ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପ୍ରାରମ୍ଭିକ ତଦନ୍ତ ପରେ, ପୁଲିସ ଏହି ଘଟଣାକୁ ଆତ୍ମହତ୍ୟା ବୋଲି କହିଛି । ଘର ଭିତରୁ ମହନ୍ତଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ଆତ୍ମହତ୍ୟା ପଛରେ କେଉଁ କାରଣ ରହିଛି, ସେନେଇ କୌଣସି ସ୍ପଷ୍ଟ କାରଣ ସାମନାକୁ ଆସିପାରିନି ।

ସମ୍ବନ୍ଧିତ ଖବର