ରାମ ମନ୍ଦିର ଟ୍ରଷ୍ଟ ଗଠନ ପୂର୍ବରୁ ମହନ୍ତଙ୍କୁ ମିଳିଲା ଜେଡ ପ୍ଲସ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ରାମ ମନ୍ଦିର ଟ୍ରଷ୍ଟ ଗଠନ ହେବା ପୂର୍ବରୁ ଶ୍ରୀରାମ ଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି | ମହାନ୍ତଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇଦିଆଯାଇଛି | ଏହାରି ମଧ୍ୟରେ ଅନୁମାନ କରାଯାଉଛି ଯେ ତାଙ୍କୁ ଗଠନ ହେବାକୁ ଥିବା ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ କରାଯାଇପାରେ | ଚର୍ଚ୍ଚା ହେଉଛି ଯେ ତିନିଟି ଟ୍ରଷ୍ଟଙ୍କ ମଧ୍ୟରେ ଏବେ ନୂଆ ରାମ ମନ୍ଦିର ଟ୍ରଷ୍ଟ ପାଇଁ ଟଣାଓଟରା ଆରମ୍ଭ ହୋଇଯାଇଛି | ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରୀରାମ ଜନ୍ମଭୂମି ନ୍ୟାସ, ଶ୍ରୀରାମ ଜନ୍ମଭୂମି ରାମାଳୟ ନ୍ୟାସ ଓ ଶ୍ରୀରାମଜନ୍ମଭୂମି ମନ୍ଦିର ନିର୍ମାଣ ନ୍ୟାସ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି |

ଶ୍ରୀରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କହିଥିଲେ ଯେ ନୂଆ ଟ୍ରଷ୍ଟ ଗଠନ କରିବାର କୌଣସି ଆବଶ୍ୟକତା ନାହିଁ | ତାଙ୍କ ଅଧ୍ୟକ୍ଷତାରେ ହିଁ ରାମ ମନ୍ଦିର ନିର୍ମାଣ ହେବ | ଯେଉଁମାନଙ୍କୁ ସାମିଲ ହେବାର ଥିବ ସେମାନେ ସାମିଲ ହେବେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ କିଛି ଲୋକ ଟ୍ରଷ୍ଟରେ ସାମିଲ ହେବେ | ଏଠାରେ ସୂଚନା ଥାଉ କି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିକଟରେ ଘୋଷଣା କରିଥିଲେ ଯେ ୪ ମାସ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜାନୁଆରି ଶେଷ ସୁଦ୍ଧା ଟ୍ରଷ୍ଟ୍‌ ଗଠନ ହେବ ଏବଂ ଏଥିପାଇଁ ସରକାର ପ୍ରସ୍ତୁତି ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି।

Hindustan

ଟ୍ରଷ୍ଟ ଗଠନ ନେଇ ଅଯୋଧ୍ୟାର ପ୍ରମୁଖ ସନ୍ଥମାନଙ୍କ ସହ ଆଲୋଚନା ସରିଛି।‌ ସେମାନଙ୍କୁ ମଧ୍ୟ ଟ୍ରଷ୍ଟ୍‌ରେ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଗତ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇ ରାମ ମନ୍ଦିର ନିର୍ମାଣ ପାଇଁ ହ‌ିନ୍ଦୁ ପକ୍ଷଙ୍କୁ ବିବାଦୀୟ ୨.୭୭ ଏକର ଜମି ଦେଇଥି‌‌ଲେ ଏବଂ ମୁସଲିମ୍‌ ପକ୍ଷଙ୍କୁ ଅଯୋଧ୍ୟାରେ ଅନ୍ୟ ଏକ ସ୍ଥାନରେ ୫ ଏକର ଜମି ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲ। ତେବେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ୍‌ ଗଠନ କରିବାକୁ କୋର୍ଟ ସରକାରଙ୍କୁ ୩ ମାସ ସମୟ ଦେଇଥିଲେ। ଏହି ସମୟ ଫେବ୍ରୁଆରିରେ ଶେଷ ହେଉଥିବାରୁ ତା’ ପୂର୍ବରୁ ଟ୍ରଷ୍ଟ୍‌ ଗଠନ ପାଇଁ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି।

ସମ୍ବନ୍ଧିତ ଖବର