ଗାଜିଆବାଦ: ଗାଜିଆବାଦର ଦଶନା ମନ୍ଦିରର ମହନ୍ତ ଯତୀ ନରସିଂହାନନ୍ଦଙ୍କ ବିବାଦୀୟ ବୟାନକୁ ନେଇ ବିବାଦ ଜୋର ଧରିଛି। ସେଥିପାଇଁ ଆଜି ଦଶନା ମନ୍ଦିରରେ ୩୬ଟି ସମ୍ପ୍ରଦାୟର ମହାପଞ୍ଚାୟତ ଡକାଯାଇଛି। ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ପୁଲିସଠାରୁ ଅନୁମତି ମାଗିଥିଲେ ମଧ୍ୟ ପୁଲିସ ଏହାକୁ ଅନୁମତି ଦେବାକୁ ମନା କରିଦେଇଥିଲା। ଏଥିପାଇଁ ମନ୍ଦିର ଆଖପାଖ ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯାଇଛି।
ତେବେ ଏହା ପରେ ବି ଯତୀ ନରସିଂହାନନ୍ଦଙ୍କ ସପକ୍ଷରେ ମହାପଞ୍ଚାୟତ ପାଇଁ ଲୋକଙ୍କ ଭିଡ଼ ଜମିଛି। ଏଭଳି ପରିସ୍ଥିତିରେ ପୁଲିସ ମନ୍ଦିରର ମୁଖ୍ୟ ଦ୍ୱାରରେ ତାଲା ପକାଇଛି। ଏହି କାରଣରୁ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ମଧ୍ୟ ରାସ୍ତାରେ ବସିଛନ୍ତି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୪ ତାରିଖ ରାତିରେ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଓ ମହାମଣ୍ଡଳେଶ୍ୱର ଯତୀ ନରସିଂହାନନ୍ଦ ଗିରି ନିଖୋଜ ଘଟଣାରେ ୩୬ଟି ସମ୍ପ୍ରଦାୟର ପଞ୍ଚାୟତକୁ ଡକାଯାଇଛି। ମନ୍ଦିର ଚାରିପଟେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଲୋନିରୁ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ମଧ୍ୟ ପଞ୍ଚାୟତରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/W8PpdJcpL4wj2IFyLqJK.jpeg)