ପ୍ରୟାଗରାଜ: ମହାକୁମ୍ଭରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଛି । କେବେ ଦଳାଚକଟା ତ ପୁଣି କେବେ ଅଗ୍ନିକାଣ୍ଡ । ଆଉ କେବେ ପ୍ରୟାଗରାଜରେ ପହଁଚିବା ପୂର୍ବରୁ ଷ୍ଟେସନରେ ଚାଲିଯାଇଛି ଶ୍ରଦ୍ଧାଳୁଙ୍କ ଜୀବନ । ଲଗାତାର ଘଟୁଥିବା ଗୋଟିଏ ପରେ ଗୋଟିଏ ଅଘଟଣକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ ଦାୟୀ କରି ଆସୁଛନ୍ତି ବିରୋଧୀ । ଆଜି ଏହାର ଜବାବ ଦେଇ ସମାଲୋଚକଙ୍କ ମୁହଁ ଚୁପ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆସ୍ଥାର କାର୍ଯ୍ୟକ୍ରମକୁ ବଦନାମ କରିବା ଏକ ତୁଚ୍ଛ ରାଜନୀତି ବୋଲି କହିଛନ୍ତି ଯୋଗୀ ।
ଅନ୍ୟପଟେ ତ୍ରିବେଣୀ ସଙ୍ଗମ ଜଳ ପ୍ରଦୂଷିତ ହେଉଥିବା, ବ୍ୟାକ୍ଟେରିଆର ବଢ଼ୁଥିବା ନେଇ ଯେଉଁ ରିପୋର୍ଟ ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତାକୁ ଖାରଜ କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏପରିକି ଆଜି ଗୃହରେ ଟେଷ୍ଟ ରିପୋର୍ଟ ଉପସ୍ଥାପନ କରିଛନ୍ତି । ମହାକୁମ୍ଭ ପରି ବିଶାଳ ଓ ଭବ୍ୟ ଆୟୋଜନ ପୂର୍ବ ସରକାର କେବେ ବି କରିନଥିଲେ କିନ୍ତୁ ବିଜେପି ସରକାର ସଫଳତାର ସହ ଆୟୋଜନ କରିବାକୁ ନେଇ ବିରୋଧୀ ଇର୍ଷାନିତ୍ବ ହେଉଥିବା କହିଛନ୍ତି ଯୋଗୀ ।ସେପଟେ ୟୁପି ସରକାର ନିଜ ବିଫଳତା ଲୁଚାଉଥିବା କହି ଟାର୍ଗେଟ କରିଛନ୍ତି ସପା ଓ ଟିଏମସି ।
ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବୃୟାରୀ ୨୬ରେ ଶେଷ ହେବ । ଏହାରି ଭିତରେ ଭିଭିଆଇପି ବ୍ୟକ୍ତିବିଶେଷଙ୍କ ସହ ବିରୋଧୀ ଦଳ ନେତାମାନେ ପର୍ହଚି ତ୍ରିବେଣୀ ସଙ୍ଗମରେ ବୁଡ ପକାଉଛନ୍ତି । ତେବେ ଅଘଟଣକୁ ପ୍ରସଙ୍ଗ କରି ଯୋଗୀ ସରକାରଙ୍କୁ ଟାର୍ଗେଟ କରିବାକୁ କୌଣସି ଗୋଟିଏ ବି ମୌକା ହାତ ଛଡା କରୁନାହାଁନ୍ତି ବିରୋଧୀ