ମହାରାଜ ରଣଜିତ ସିଂହ ବିଶ୍ୱ ଇତିହାସ‌ରେ ସର୍ବକାଳୀନ ଶ୍ରେଷ୍ଠ ଶାସକ

ନୂଆଦିଲ୍ଲୀ : ଶିଖ୍‌ ସାମ୍ରାଜ୍ୟର ପ୍ରତିଷ୍ଠାତା ତଥା ଶାସକ ମହାରାଜ ରଣଜିତ ସିଂହ ବିଶ୍ବ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ଶାସକ ବି‌ବେଚିତ ହୋଇଛନ୍ତି। ‘ବିବିସି ୱାର୍ଲ୍ଡ‌୍ ହିଷ୍ଟ୍ରିଜ୍‌ ମାଗାଜିନ୍‌’ ଦ୍ବାରା ଏନେଇ ଜନମତ ସଂଗ୍ରହ ହୋଇଥିଲା। ମାଗାଜିନ୍‌ର ପ୍ରାୟ ୫,୦୦୦ରୁ ଅଧିକ ପାଠକ ମହାରାଜା ରଣଜିତ ସିଂହଙ୍କୁ ବିଶ୍ବ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ଶାସକ ଭାବେ ଭୋଟ୍‌ ଦେଇଥିଲେ। ଉଲ୍ଲେଖଯୋଗ୍ୟ ବିବିସି ୱାର୍ଲ୍ଡ‌୍ ହିଷ୍ଟ୍ରିଜ୍‌ ମାଗାଜିନ୍‌ ଦ୍ବାରା ଏହାର ପାଠକମାନଙ୍କୁ କିଛି ପ୍ରମୁଖ ଶାସକଙ୍କ ନାମ ଦିଆଯିବା ସହ ଏମାନଙ୍କ ମଧ୍ୟରୁ କିଏ ସର୍ବକାଳୀନ ଶ୍ରେଷ୍ଠ ଶାସକ ତାଙ୍କ ସପକ୍ଷରେ ଭୋଟ୍‌ ଦେବାକୁ କହିଥିଲେ। ଅଧିକାଂଶ ପାଠକ ମହାରାଜା ରଣଜିତ ସିଂହଙ୍କୁ ‌ ସର୍ବକାଳୀକ ଶ୍ରେଷ୍ଠ ଶାସକ ଭାବେ ‌ଭୋଟ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର