ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ମଧ୍ୟରେ ମେଣ୍ଟ , କଂଗ୍ରେସ ୧୩୫ରୁ ୧୩୮ ଓ ଏନସିପି ୧୨୨ରୁ ୧୨୫ଟି ଆସନରେ ପ୍ରାର୍ଥୀ ଦେବ !

ମୁମ୍ବାଇ: ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି – ଶିବସେନା ମେଣ୍ଟକୁ କଡ଼ା ଟକ୍କର ଦେବାଲାଗି ମହାରାଷ୍ଟ୍ରରେ କଂଗ୍ରେସ ଓଏନସିପି ମଧ୍ୟରେ ମେଣ୍ଟ ହେବ। ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ୧୩୫ରୁ ୧୩୮ ଓ ଏନସିପି ୧୨୨ରୁ ୧୨୫ଟି ଆସନରେ ପ୍ରାର୍ଥୀ ଦେବ। ଗତକାଲି ଉଭୟ ଦଳର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବାର ସୂଚନା ରହିଛି।

ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ, ମାଣିକ ରାଓ ଠାକରେଏବଂ ନସୀମ୍ ଖାନ୍ ଯୋଗ ଦେଇଥିବା ବେଳେ ଏନସିପି ପକ୍ଷରୁ ଜୟନ୍ତ ପାଟିଲ, ଅଜିତ ପାୱାର ଏବଂ ଛଗନ ଭୁଜବଳ ପ୍ରମୁଖ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଗତ ଲୋକସଭା ନିର୍ବାଚନରେ ବି ଉଭୟ ଦଳ ମଧ୍ୟରେ ୪୦ଟି ଲୋକସଭା ଆସନ ପାଇଁ ଆସନ ବୁଝାମଣା ହୋଇଥିଲା।

image source-indiatoday

ଅପରପକ୍ଷରେ ଶିବସେନା ୧୨୬ଟି ଆସନରେ ଏବଂ ବିଜେପି ୧୪୪ଟି ଆସନରେ ନିର୍ବାଚନ ଲଢ଼ିବ। ଅନ୍ୟ ୧୮ଟି ଆସନ ସହଯୋଗୀ ଦଳକୁ ଦିଆଯାଇଛି। ଏହା ସହିତ ଶିବସେନା ଉପମୁଖ୍ୟମନ୍ତ୍ରୀ ପଦ ପ୍ରସ୍ତାବକୁ ବି ସ୍ଵୀକାର କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର