ମୁମ୍ବାଇ: ମହାରାଷ୍ଟ୍ର ସରକାର ଆଜି ଜଣିକିଆ କମିଟି ଗଠନ କରିଛନ୍ତି। ଏହି କମିଟି ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମବୀର ସିଂହ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଆଣିଥିବା ଅଭିଯୋଗର ଯାଞ୍ଚ କରିବ। ଏହି କମିଟିରେ ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତି କୈଲାଶ ଚାନ୍ଦିୱାଲ ରହିଛନ୍ତି ଏବଂ ୬ମାସ ମଧ୍ୟରେ ତାଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
indiatodayପୂର୍ବତନ ପୁଲିସ କମିସନର ପରମବୀର ସିଂହ ଆଣିଥିବା ଅଭିଯୋଗ ମୁତାବକ, ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗତ କିଛି ମାସ ମଧ୍ୟରେ ପୁଲିସର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟର ନେତୃତ୍ୱ ନେଉଥିବା ସଚିନ ଭାଜେଙ୍କୁ ତାଙ୍କ ସରକାରୀ ବାସଭବନକୁ ଅନେକ ଥର ଡାକିଥିଲେ ଏବଂ ତାଙ୍କ ପାଇଁ ପାଣ୍ଠି ସଂଗ୍ରହରେ ସହାୟତା କରିବାକୁ ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ। ଫେବ୍ରୁଆରି ମଧ୍ୟଭାଗରେ ଏବଂ ତା’ପରେ ଗୃହମନ୍ତ୍ରୀ ସଚିନଙ୍କୁ ତାଙ୍କ ସରକାରୀ ବାସଭବନକୁ ଡାକିଥିଲେ। ସେଠାରେ ଗୃହମନ୍ତ୍ରୀଙ୍କ ସହ ଜଣେ କିମ୍ବା ଦୁଇଜଣ କର୍ମଚାରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ପାଲାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ଗୃହମନ୍ତ୍ରୀ ସଚିନଙ୍କୁ ଡ଼କାଇ ମାସକୁ ୧୦୦କୋଟି ଟଙ୍କା ଜମା କରିବାକୁ କହିଥିଲେ। ଏହା ସହ ୧୦୦କୋଟି ଟଙ୍କା ଜମା କରିବାର ଲକ୍ଷ୍ୟ ପୂରଣ କରିବାକୁ ମୁମ୍ବାଇର ୧୭୫୦ଟି ବାର, ରେସ୍ତୋରାଁରୁ ଟଙ୍କା ଆଦାୟ କରିବାକୁ ସଚିିନକୁ କହିଥିଲେ ଅନିଲ ଦେଶମୁଖ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/t-77.jpg)