ଗାଁ ହାଟରୁ ଗୁପଚୁପ ଓ ନୁଡୁଲ୍ସ ଖାଇବା କାଳ ହେଲା; ବାଳିକାର ମୃତ୍ୟୁ, ୪୦ ଅସୁସ୍ଥ

ମୁମ୍ୱାଇ: ମହାରଷ୍ଟ୍ରର ଭନ୍ଦ୍ରା ଜିଲ୍ଲାରେ ଫୁଡ଼ ପଏଜନ୍ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ବିଷାକ୍ତ ଗୁପ୍‌ଚୁପ୍‌ ଏବଂ ନୁଡୁଲ୍ସ ଖାଇ ଜଣେ ୧୧ ବର୍ଷୀୟ ବାଳିକାର ମୃତ୍ୟୁ ହୋଇଥିବା ବେଳେ ତାର ଦୁଇ ଜଣ ସାଙ୍ଗଙ୍କୁ ଅସୁସ୍ଥ ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ମହାରାଷ୍ଟ୍ରର ପଓନି ବ୍ଲକ୍‌ର ଭେନ୍‌ଡାଲା ଗ୍ରାମରେ ରବିବାର ସାପ୍ତାହିକ ହାଟ ବସେ। ଏହି ହାଟକୁ  ବୁଲିବାକୁ ଆସି ନାବାଳିକା ତାର କିଛି ସାଙ୍ଗଙ୍କ ସହ ମିଶି ଗୁପ୍‌ଚୁପ ଖାଇଥିଲା। ଏହାର କିଛି ସମୟ ପରେ ତିନିଜଣ ମିଶି ନୁଡୁଲ୍ସ ବି ଖାଇଥିଲେ। ଖାଇ ସାରି ଘରକୁ ଫେରି ଆସିଥିଲେ ତିନିଜଣ।

ଘରେ ପହଞ୍ଚିବା ପରେ ସେମାନଙ୍କର ବାନ୍ତି ହୋଇଥିଲା। ପରିବାରଲୋକ ଯେତେ ଚେଷ୍ଟା କଲେ ମଧ୍ୟ ବାନ୍ତି ବନ୍ଦ ନ ହେବାରୁ ପିଲାମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ବାଳିକା ରାକ୍ଷୀ ସତି ବାୱନେଙ୍କ ମୃତ୍ୟୁ ‌ହୋଇଥିଲା।

ମୃତକଙ୍କ ଛୋଟ ଭଉଣୀ ଏବଂ ମାଆଙ୍କ ଶରୀରରେ ମଧ୍ୟ ଏଭଳି କିଛି ଲକ୍ଷଣ ଦେଖା ଦେଇଥିବା ବି ଜିଲ୍ଲାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ସେମାନଙ୍କର ଚିକିତ୍ସା ଏବେ ଗ୍ରାମରେ ଥିବା ଡାକ୍ତରଖାନାରେ କରାଯାଉଛି  । ତେବେ ମୃତ ବାଳିକାଟିର ରକ୍ତ ନମୁନାକୁ ଫରେନ୍ସିକ୍ ବିଭାଗକୁ ପଠାଯାଇଛି ଏବଂ ପୁଲିସ ଏନେଇ ଛାନ୍‌ଭିନ୍‌ ଚଳାଇଥିବା ଜଣାପଡ଼ିଛି । ଏଥିସହିତ ଗ୍ରାମରେ ଏକ ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା, ଯେଉଁଥିରେ ୪୦ଟି ଏଭଳି ଫୁଡ଼ ପଏଜନ ଘଟଣା ଦେଖିବାକୁ ମିଳିଥିଲା । ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଗ୍ରାମ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର