ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆଜି ୭୧୧ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିନକରେ ମହାରାଷ୍ଟ୍ର ସଂକ୍ରମଣ ମାମଲାରେ ୧୮୬ ପ୍ରତିଶତ ବୃଦ୍ଧି ହୋଇଛି। ଗତକାଲି ରାଜ୍ୟରେ ୨୪୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୭୧୧ ନୂଆ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତ ୭ ଦିନ ମଧ୍ୟରେ ରାଜ୍ୟରେ ୧୧ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି। ରାଜ୍ୟରେ ମୃତ୍ୟୁ ହାର ୧.୮୨ ପ୍ରତିଶତ ରହିଥିବା ବେଳେ ସକ୍ରିୟ ମାମଲା ୩,୭୯୨ ରହିଛି।। ମୁମ୍ବାଇରେ ସକ୍ରିୟ ମାମଲା ଏବେ ୧,୧୬୨ ଏବଂ ପଜିଟିଭ୍ ହାର ୧୩.୧୭ ପ୍ରତିଶତ।
ମହାରାଷ୍ଟ୍ରର ୬ ଜିଲ୍ଲା ତଥା ସୋଲାପୁର, ସାନଗିଲ, କୋହ୍ଲାପୁର, ସିନ୍ଧୁଦୁର୍ଗ, ପୁନେ ଓ ସାତରାରେ ସଂକ୍ରମଣ ଅଧିକ ବଢ଼ିଛି। ଅନ୍ୟପକ୍ଷେ ଦେଶରେ ଆଜି ୩,୦୩୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ୨୧,୧୭୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୯ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୦,୯୦୧ରେ ପହଞ୍ଚିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୨୯,୨୮୪। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୧ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ଆରୋଗ୍ୟ ହାର ୯୮.୭୬ ପ୍ରତିଶତ। ମୋଟ୍ ୪, ୪୧,୭୭,୨୦୪ ଜଣ କରୋନାରୁ ସୁସ୍ଥ ହେଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/corona-faaa.jpg)