ଟ୍ରେନ୍‌ ଧକ୍କା ଖାଇ କଲରାପତରିଆ ବାଘର ମୃତ୍ୟୁ

ନାଗପୁର: ଆମେ ଟ୍ରେନ୍‌ ଧକ୍କାରେ ହାତୀ ମରିବା ଘଟଣା ପ୍ରାୟତଃ ଶୁଣିଛୁ। କିନ୍ତୁ ମହାରାଷ୍ଟ୍ରରେ ଟ୍ରେନ୍‌ ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ମୁଲ୍‌ ସହର ନିକଟରେ ଏହି ଘଟଣା ଘଟିଛି।

ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ବଲାରପୁର-ଗୋନ୍ଦିଆ ପାସେଞ୍ଜର ଯାଉଥିବା ବେଳେ କଲରାପତରିଆ ବାଘଟି ରେଳ ଧାରଣା ପାରି ହେଉଥିବା ବେଳେ ଟ୍ରେନ୍‌ ସାମ୍ନାକୁ ଚାଲି ଆସିଥିଲା। ଫଳରେ ବାଘଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। କଲରାପତରିଆ ବାଘଟି ୫ରୁ ୮ ବୟସର।

ଏହାପରେ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କଲରାପତରିଆର ମୃତ ଶରୀରକୁ ବ୍ୟବଚ୍ଛେଦ ଲାଗି ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର