ମୁମ୍ବାଇ: ଆଗାମୀ ସୋମବାର ଠାରୁ ରାଜ୍ୟରୁ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଉଠିବା ଆରମ୍ଭ ହେବ ବୋଲି ଶୁକ୍ରବାର ରାତିରେ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଏଥିନିମନ୍ତେ ସୋମବାର (ଜୁନ୍‌ ୭ ତାରିଖ) ଠାରୁ ଲାଗୁ ହେବାକୁ ଥିବା ରାଜ୍ୟ ସରକାରଙ୍କଦ୍ବାରା ପ୍ରସ୍ତୁତ ଏକ ପଞ୍ଚ-ସ୍ତରୀୟ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେୟାର୍ କରିଛି।

Advertisment

କିନ୍ତୁ, କୋଭିଡ୍‌-୧୯ ପଜିଟିଭିଟି ହାର ଏବଂ ଅକ୍ସିଜେନ୍‌ ବେଡ୍‌ ଉପଲବ୍ଧତା ଆଧାରରେ ‘ଲକ୍‌ଡାଉନ୍‌’ କଟକଣା କୋହଳ କରାଯିବ ବୋଲି ମଧ୍ୟ ରାଜ୍ୟ ସରକାର ସ୍ପଷ୍ଟ କରି କହିଛନ୍ତି।

ଏ ସଂକ୍ରାନ୍ତରେ ବିବୃତି ଦେଇ ରାଜ୍ୟ ସରକାର କହିଛନ୍ତି, ବିଭିନ୍ନ ବର୍ଗ/ବର୍ଗୀୟ କାର୍ଯ୍ୟକଳାପ ନିମନ୍ତେ ପଞ୍ଚ-ସ୍ତରୀୟ କଟକଣା ଲାଗୁ ହେବ। ଦୁଇଟି ମାନଦଣ୍ଡକୁ ଆଧାର କରି ଏହି କଟକଣାସ୍ତର ସବୁ ଲାଗୁ କରାଯିବ। ତାହା ହେଲା, ସଂକ୍ରମଣ ମାମଲା ହାର ଏବଂ ଅକ୍ସଜେନ୍‌ ବେଡ୍‌ ଦଖଲ।

publive-image Image Courtesy of NDTV

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ବିବୃତିରେ ମଧ୍ୟ କୁହାଯାଇଛି ଯେ, ସମ୍ପୃକ୍ତ ଜିଲ୍ଲାରେ କୋଭିଡ୍‌-୧୯ ପରିସ୍ଥିତି ଅନୁଯାୟୀ କର୍ତ୍ତୃପକ୍ଷମାନେ କୋହଳର ମାତ୍ରା ସ୍ଥିର କରିପାରିବେ।

ଏହା ପୂର୍ବରୁ, ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ବେଳେ, ରିଲିଫ୍‌ ଓ ପୁନଃଥଇଥାନ ମନ୍ତ୍ରୀ ବିଜୟ ୱାଡେଟ୍ଟିକର କହିଥିଲେ, ପ୍ରଥମ ସ୍ତରରେ ୧୮ଟି ଜିଲ୍ଲାରେ ‘ଅନ୍‌ଲକ୍‌’ ଘୋଷଣା କରାଯିବ। ୫ଟି ଜିଲ୍ଲାରେ ୨ୟସ୍ତରୀୟ, ୧୦ଟି ଜିଲ୍ଲାରେ ୩ୟସ୍ତରୀୟ ୨ଟି ଜିଲ୍ଲାରେ ୪ର୍ଥସ୍ତରୀୟ ଏବଂ ବାକି ଜିଲ୍ଲାରେ ୫ମସ୍ତରୀୟ ‘ଅନ୍‌ଲକ୍‌’ ଘୋଷଣା କରାଯିବ।