ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୩୭ ଜଣ ପ୍ରାର୍ଥୀ ୫ ହଜାରରୁ କମ୍‌ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୫ ଜଣ ୧ ହଜାରରୁ କମ୍‌ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ୪୫ ଜଣ ପ୍ରାର୍ଥୀ ୫୦ ହଜାରରୁ ୧ ଲକ୍ଷ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛି। ଏହି ୩୭ ଜଣଙ୍କ ମଧ୍ୟରୁ ୧୯ ଜଣ ବିଜେପି-ଶିବସେନା ମେଣ୍ଟର ବୋଲି ଜଣାପଡ଼ିଛି । କଂଗ୍ରେସ ଏବଂ ଏନ୍‌ସିପି ମେଣ୍ଟର ୧୪ ପ୍ରାର୍ଥୀ ଏହି ଶ୍ରେଣୀରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ନାଗପୁର ଦକ୍ଷିଣ ପଶ୍ଚିମ ଆସନରୁ କଂଗ୍ରେସ ପ୍ରାର୍ଥୀ ଆଶିଷ ଦେଶମୁଖଙ୍କୁ ୪୯,୩୪୪ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି।