ଅଳ୍ପକେ ବର୍ତ୍ତିଲେ ଫଡନାଭିସ୍‌, ଗଡ଼କରୀ

0

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ମୀରା ରୋଡସ୍ଥିତ ଏକ ସ୍କୁଲରେ ଆୟୋଜିତ ସଭାରେ ଯୋଗଦେବା ପାଇଁ ଏହି ଦୁଇ ବିଜେପି ନେତା ଏକ ହେଲିକପ୍ଟର ଯୋଗେ ଯାଇଥିଲେ। କିନ୍ତୁ ସ୍କୁଲ ହତାରେ ହେଲିକପ୍ଟର ଅପତରଣ କରିବା ବେଳକୁ ସେଠାରେ ଝୁଲିଥିବା ଏକ ତାର ସହ ହେଲିକପ୍ଟର ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ପାଇଲଟ୍‌ ସଙ୍ଗେସଙ୍ଗେ ଅନ୍ୟତ୍ର ଉଡାଣ କରି ଏକ ସୁରକ୍ଷିତ ସ୍ଥାନରେ ଅବତରଣ କରିଥିଲେ। ଯଦି ବିଦ୍ୟୁତ୍‌ ବାହକ ଉକ୍ତ ତାରରେ ହେଲିକପ୍ଟର ଲାଗି ଯାଇଥାନ୍ତା ତେବେ ଏକ ବଡ ଅଘଟଣ ଘଟିିଥାନ୍ତା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.