ତନୁଶ୍ରୀ ଦତ୍ତ ମାମଲାରେ ନାନା ପାଟେକର୍‌ଙ୍କୁ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗ ପକ୍ଷରୁ ନୋଟିସ୍‌ ଜାରି; ବୟାନ ରେକର୍ଡ କରିବାକୁ ତନୁଶ୍ରୀଙ୍କୁ ନିର୍ଦେଶ

ମୁମ୍ବାଇ: ମହାରାଷ୍ଟ୍ରର ରାଜ୍ୟ ମହିଳା ଆୟୋଗ ମଙ୍ଗଳବାର ତନୁଶ୍ରୀ ଦତ୍ତଙ୍କ ଅଭିଯୋଗକୁ ଭିତ୍ତି କରି ନାନା ପାଟେକରଙ୍କୁ ଏକ ନୋଟିସ୍‌ ଜାରି କରିଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମହାରାଷ୍ଟ୍ରର ରାଜ୍ୟ ମହିଳା ଆୟୋଗ କେବଳ ନାନାଙ୍କୁ ନୁହେଁ, ବରଂ ସିନେ ନିର୍ଦ୍ଦେଶକ ରାକେଶ ସରଙ୍ଗ, କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟଙ୍କ ସହ ତନୁଶ୍ରୀ ଅଭିଯୋଗ ଆଣିଥିବା ଅନ୍ୟ ସମସ୍ତଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି। ୧୦ ଦିନ ମଧ୍ୟରେ ସେମାନେ ନିଜର ପକ୍ଷ ରଖନ୍ତୁ ବୋଲି ଆୟୋଗ ପକ୍ଷରୁ ସମୟ ଦିଆଯାଇଛି।

ଏହା ବ୍ୟତୀତ ତନୁଶ୍ରୀ ଦତ୍ତଙ୍କ ପକ୍ଷରୁ ଦାୟର  କରାଯାଇଥିବା ଏଫଅାଇଆର ଉପରେ ଅଧିକ ତଦନ୍ତ  କରି ରିପୋର୍ଟ ଦାଖଲ କରିବା ପାଇଁ ଆୟୋଗ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଆୟୋଗ ଅଫିସ୍‌କୁ ଆସି ନିଜର ବୟାନ ଲିପିବଦ୍ଧ କରିବା ପାଇଁ ଅଭିନେତ୍ରୀ ତନୁଶ୍ରୀଙ୍କୁ ମଧ୍ୟ କୁହାଯାଇଛି।

ଶନିବାର ମୁବ୍ବାଇର ଓସିଓ୍ଵାରା ପୁଲିସ୍‌ ଷ୍ଟେସନ୍‌ରେ ତନୁଶ୍ରୀଙ୍କ ପକ୍ଷରୁ  ଏଫଅାଇଆର ଦିଅାଯାଇଛି । ଅଭିଯୋଗରେ ନାନା ପାଟେକରଙ୍କ ବ୍ୟତୀତ ସେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି।

ଏପଟେ ତନୁଶ୍ରୀଙ୍କ ଅଭିଯୋଗକୁ ବିଭିନ୍ନ ସ୍ଥାନରେ ଖଣ୍ଡନ କରିଚାଲିଛନ୍ତି ନାନା ପାଟେକର। ତନୁଶ୍ରୀ ଆଣିଥିବା ଅଭିଯୋଗ କଳ୍ପିତ ବୋଲି କହି ନିଜ ବିରୋଧରେ ହୋଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ନାନା।

ସମ୍ବନ୍ଧିତ ଖବର