ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର ସଂକ୍ରମଣ: ମେଟ୍ରୋରୁ ଛୋଟ ସହର ଓ ଗାଁକୁ ବ୍ୟାପିଲାଣି, ପଜିଟିଭ୍‌ ହାର ବଢ଼ୁଛି

ମୁମ୍ବାଇ : ମହାରାଷ୍ଟ୍ର ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି। ଆଜି ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ବଡ଼ ବଡ଼ ସହରରୁ ଏବେ ଛୋଟ ସହର ଏବଂ ଗାଁକୁ ବି ସଂକ୍ରମଣ ବ୍ୟାପିଲାଣି। ଆଇଏମ୍‌ଏ (ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌) ଅମରାବତୀ ଜିଲ୍ଲା ସଭାପତି ଅମିତ ରୋହନକର କହିଛନ୍ତି, କଡ଼ା ପଦକ୍ଷେପ ଗ୍ରହଣ ନହେଲେ ଭାଇରସ୍‌ ଗ୍ରାମୀଣ ଅଞ୍ଚଳରେ ଭୟାନକ ସ୍ଥିତି ସୃଷ୍ଟି କରିବ। ବିଦର୍ଭ ଅଞ୍ଚଳର ଅମରାବତୀ ଏବଂ ନାଗପୁର ଜିଲ୍ଲାରେ ପ୍ରଥମେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ପରେ ଏହା ସୀମା ଅଞ୍ଚଳ ତଥା ଛୋଟ ସହର ନାନ୍ଦେଦ ଏବଂ ନନ୍ଦୁରବରକୁ ବ୍ୟାପିଛି। ନନ୍ଦୁରବରରେ ସଂକ୍ରମଣ ବଢ଼ିବାରୁ ଏଠାରେ ଟିକାକରଣ କାର୍ଯ୍ୟର ସମୀକ୍ଷା କରିବାପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ଅଞ୍ଚଳକୁ ଗସ୍ତ କରିବେ। ଦେଶରେ ୬୫ ପ୍ରତିଶତ ନୂଆ ମାମଲା କେବଳ ମହାରାଷ୍ଟ୍ରରେ ରହିଛି।

ପୂର୍ବରୁ ପ୍ରଭାବିତ ହୋଇନଥିବା ସ୍ଥାନମାନଙ୍କରେ ଏବେ ସଂକ୍ରମଣ ବଢ଼ିବାରେ ଲାଗିଛି। ବୁଧବାର ମହାରା‌ଷ୍ଟ୍ରରେ ୨୩ ହଜାରରୁ ଅଧିକ ସଂକ୍ରମଣ ମାମଲା ରହିଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଏହା ୨୫,୮୩୩ ଛୁଇଁଛି। ୧୦୨ ଦିନରେ ଏହା ସର୍ବାଧିକ ଏବଂ ଗତ ମଙ୍ଗଳବାର ତୁଳନାରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ପ୍ରତି ୫ ମାମଲାରୁ ଗୋଟିଏ ମାମଲା ମହାରାଷ୍ଟ୍ରରେ ରହିଛି। ଗତ କିଛି ଦିନ ଧରି ଦେଶର ଦୈନିକ ମାମଲାର ୬୨ ପ୍ରତିଶତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର