ମା’ମଲା ପରେ ଘରକୁ ଆସିଲାନି ଏକମାତ୍ର ଝିଅ, ଭିଡିିଓ କଲିଂରେ କଲା ଅନ୍ତିମ ସଂସ୍କାର ! କୋରିୟରରେ ମଗାଇଲା ଅସ୍ଥି

ପାଲଘର(ମହାରାଷ୍ଟ୍ର) : ଦୂରତା କମ କରିବା ପାଇଁ ଭିଡ଼ିଓ କଲିଂର ସୁବିଧା ଆରମ୍ଭ କରାଯାଇଥିବା ବେଳେ ଏବେ ତାହା ଅନ୍ତିମ ସଂସ୍କାର କରାଇବାରେ ମଧ୍ୟ କାମରେ ଲାଗି ପାରୁଛି । ମହରାଷ୍ଟ୍ରରେ ଜଣେ ମହିଳା ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାର ଭିଡ଼ିଓ କଲିଂ ଜରିଆରେ କରିଥିବା ଜଣାପଡ଼ିଛି । ଏହି ଖବର ପ୍ରସାରିତ ହେବା ପରେ ଏବେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଖାଲି ସେତିକି ନୁହେଁ ଝିଅ ଭିଡ଼ିଓ କଲିଂରେ ଅନ୍ତିମ ସଂସ୍କାର କରିବା ସହ କୋରିୟରରେ ମା’ଙ୍କ ଅସ୍ଥିି ମଗାଇଥିବା ଜଣା ପଡ଼ିଛି । ଆଶ୍ଚର୍ଯ୍ୟର କଥା ହେଲା ମହିଳା ଗୁଜୁରାଟରେ ରହି ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗ ଦେଇ ନଥିଲେ, ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

jagran.com

ସୂଚନା ମୁତାବକ, ପାଲଘରର ମନୋରରେ ୭୦ବର୍ଷିୟ ଧୀରଜ ପଟେଲ ଏବଂ ତାଙ୍କ ସ୍ତ୍ରୀ ୬୫ବର୍ଷିୟ ନୀରୀବାଇ ପଟେଲ ରହୁଥିଲେ । ଗତ ମଙ୍ଗଳବାର ନୀରୀବାଇଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ସେ ସମୟରେ ଧୀରଜ ପଟେଲ ଘରେ ନ ଥିଲେ । କୌଣସି କାମରେ ସେ ବାହାରେ ଥିବାରୁ ଗାଁ ଲୋକେ ଗୁଜୁରାଟର ଅହମଦାବାଦ୍‌ରେ ରହୁଥିବା ତାଙ୍କ ଝିଅକୁ ଫୋନ କରି ସବୁ ଘଟଣା ଜଣାଇଥିଲେ । କିନ୍ତୁ ଯିବା ସମ୍ଭବ ନୁହେଁ କହି ନୀରୀବାଇଙ୍କ ଝିଅ ଗାଁ ଲୋକଙ୍କୁ ଅନ୍ତିମ ସଂସ୍କାର କରାଇବା ପାଇଁ କହିଥିଲେ । ଏହା ସହ ଭିଡିିଓ କଲ୍‌ରେ ତାଙ୍କୁ ଅନ୍ତିମ ସଂସ୍କାର ଦେଖାଇବା ପାଇଁ ସେ ଗାଁ ଲୋକଙ୍କୁ ଜଣାଇଥିଲେ । ଝିଅଠାରୁ ଅନୁମତି ପାଇବା ପରେ ଗାଁ ଲୋକେ ନୀରୀବାଇଙ୍କ ଅନ୍ତିମ ସଂସ୍କାର କରିବା ସହ ଭିଡ଼ିଓ କଲ୍‌ କରି ଝିଅକୁ ଦେଖାଇଥିଲେ । ଏହା ସହ ଅସ୍ଥିିକୁ ଝିଅର ଠିକଣାରେ ପଠାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର